
ଟିଟିଲାଗଡ,୩୦/(ଜେଏନଏସ), ଟିଟିଲାଗଡ ଲାୟନ୍ସ କ୍ଲବ ର ୪୭ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଗୋବିନ୍ଦ ବଟିକା ପରିସରରେ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି,ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଲାୟନ୍ ଡି. ମୁରଲୀ କୃଷ୍ଣ,ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ,ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ଯଶୋବନ୍ତ ନାରାୟଣ ପ୍ରଧାନୀ,ଜିଲ୍ଲା କୋଷାଧ୍ୟକ୍ଷ ରୋହିତ ଅଗ୍ରୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ଟିଟିଲାଗଡ ଲାୟନ୍ସ କ୍ଲବ ଦୀର୍ଘ ୪୭ ବର୍ଷ ଧରି ବିଭିନ୍ନ ସମାଜ ସେବା କାର୍ଯ୍ୟରେ ନିୟୋଜିତ ରହି ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅତିଥି ବୃନ୍ଦ ଉଲ୍ଲେଖ କରିଥିଲେ।ପୂର୍ବତନ ସଭାପତି ସଞ୍ଜୟ ସୋନି ଙ୍କ ନେତୃତ୍ୱରେ ଗୋଟିଏ ବର୍ଷ ମଧ୍ୟରେ ୧୭୨ ଟି ସେବା କାର୍ଯ୍ୟ ସମାପନ କରାଯାଇ ଏକ ନୂତନ କିର୍ତ୍ତୀ ସ୍ଥାପିତ ହୋଇଥିବା ଏମଜେଏଫ୍ ଯମୁନା ପ୍ରସାଦ ଗୋୟଲ ସୂଚନା ଦେଇଥିଲେ।ଏହି ଅବସରରେ ଚଳିତ ବର୍ଷ ପାଇଁ ମନୀଷ ଗୁପ୍ତା ସଭାପତି,ଏମ୍. ଡି. ଆବାସ ଖାନ ସମ୍ପାଦକ ଓ ଶ୍ରୀରାମ ଅଗ୍ରୱାଲ କୋଷାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ।ସେହିପରି ଲିଓ କ୍ଲବ୍ ପାଇଁ ଶ୍ରୀତମ ସାହୁ ସଭାପତି,ଶଙ୍କର ପ୍ରଧାନ ସମ୍ପାଦକ ଓ ସୁବ୍ରତ ସାହୁ କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଥିଲେ।ଏମ୍ ଜେଫ ଶ୍ରୀ ଗୋୟଲ ନୂତନ ପଦାଧିକାରୀ ଙ୍କୁ ଶପଥପାଠ କରାଇଥିଲେ।କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ ଦୀପକ ସାହୁ,ବିନ୍ଦୁ ସାହୁ,ଦୀପକ ପୃଷ୍ଟି,ଶମ୍ଭୁ ପ୍ରସାଦ ଗୋୟଲ,ରାକେଶ ଜୈନ,ସନ୍ତୋଷ ମହାନ୍ତି,ଲିଙ୍ଗରାଜ ସାହୁ, ଶୈଳେଶ ଗୋୟଲ,ସଞ୍ଜୟ ନାୟକ,ସଜ୍ଜନ କମାନି ପ୍ରମୁଖ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।

