ଡିଏଭି କଲେଜ ପୂର୍ବତନ ଅଧ୍ୟକ୍ଷ ରାମହରି ସାହୁ ଙ୍କ ପରଲୋକ

ଟିଟିଲାଗଡ,୩୦/୬(ଜେଏନଏସ),ଟିଟିଲାଗଡ ଡିଏଭି କଲେଜ ର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ ରାମହରି ସାହୁ(୮୪) ଙ୍କ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ଘଟିଛି।ସେ ଦୀର୍ଘଦିନ ଧରି କ୍ୟାନ୍ସର ରୋଗରେ ପୀଡ଼ିତ ଥିଲେ।ସ୍ୱର୍ଗତ ସାହୁ ନିଜ କର୍ମମୟ ଜୀବନରେ ଜଣେ ଆଦର୍ଶ ଶିକ୍ଷକ, ଦକ୍ଷ ପ୍ରଶାସକ ଓ ଛାତ୍ର ଛାତ୍ରୀ ଙ୍କ ପ୍ରିୟ ଅଧ୍ୟକ୍ଷ ଭାବରେ ପରିଚିତ ଥିଲେ।ଟିଟିଲାଗଡ ଡିଏଭି କଲେଜ ର ଅର୍ଥନୀତି ବିଭାଗର ସେ ପ୍ରଥମ ଅଧ୍ୟାପକ ଥିଲେ।ସେ ବେଲପଡ଼ା,କେସିଙ୍ଗା ଓ ସଇଁତଳା କଲେଜ ସହ ୧୯୯୯ ରୁ ୨୦୦୩ ମସିହା ପର୍ଯ୍ୟନ୍ତ ଡିଏଭି କଲେଜ ର ଅଧ୍ୟକ୍ଷ ଭାବରେ ସଫଳତାର ସହ ଦାୟିତ୍ୱ ନିର୍ବାହ କରିଥିଲେ।ଆସନ୍ତା କାଲି ସ୍ଥାନୀୟ ମୁକ୍ତିଧାମ ଠାରେ ତାଙ୍କ ଅନ୍ତେଷ୍ଟିକ୍ରିୟା କରାଯିବା ନେଇ ପରିବାର ସଦସ୍ୟ ସୂଚନା ଦେଇଛନ୍ତି।ଶିକ୍ଷା ଜଗତର ଏହି ବର୍ଷୀୟାନ ସାରଥୀ ଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles