ଓମ୍ ଭ୍ୟାଲି ର ଦୁଇ କ୍ରୀଡାବିତ ଙ୍କ କୃତ୍ତିତ୍ଵ

ଟିଟିଲାଗଡ,୩୦/୬(ଜେଏନଏସ),ଟିଟିଲାଗଡ ଓମ୍ ଭ୍ୟାଲି ସ୍କୁଲ ର ଦୁଇଜଣ କ୍ରୀଡା ପ୍ରତିଭା ଜାତୀୟ-ଆନ୍ତର୍ଜାତୀୟ ସ୍ତରରେ ମନୋନୀତ ହୋଇ ଅନୁଷ୍ଠାନ ପାଇଁ ଗୌରବ ମୟ ସଫଳତା ଆଣିଛନ୍ତି।ଅନୁଷ୍ଠାନ ର ସନ୍ତରଣ ପ୍ରଶିକ୍ଷକ ଅମିୟ ପ୍ରଧାନ ଚଳିତ ବର୍ଷ ଏସିଆନ୍ ଚାମ୍ପିଅନସିପ ପାଇଁ ମନୋନୀତ ହୋଇଥିବା ବେଳେ ଷଷ୍ଠ ଶ୍ରେଣୀର ଛାତ୍ର ଶ୍ରେୟାଂଶ ସାହୁ ଜାତୀୟ ସ୍ତରରେ ଓଡ଼ିଶାର ପ୍ରତିନିଧିତ୍ୱ କରି ସଫଳତା ଅର୍ଜନ କରିଛନ୍ତି। ଗୁଜୁରାଟର ଅହମ୍ମଦାବାଦରେ ଅନୁଷ୍ଠିତ ୧୫ତମ ଆଧୁନିକ ପେଣ୍ଟାଥଲନ୍ ଜାତୀୟ ଚାମ୍ପିଅନ୍‌ସିପ୍–୨୦୨୬ର ବାୟାଥଲ୍ ଇଭେଣ୍ଟରେ ଅମିୟ ସିନିୟର ବର୍ଗରେ ବ୍ରୋଞ୍ଜ ପଦକ ଜିତି ୨୦୨୬ ଏସିଆନ୍ ଚାମ୍ପିଅନ୍‌ସିପ୍ ଓ ବିଶ୍ୱ ଚାମ୍ପିଅନ୍‌ସିପ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହାପୂର୍ବରୁ ସେ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ୨ ଟି ରୌପ୍ୟ ପଦକ ହାସଲ କରିଥିଲେ।ସେହିପରି ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ର ଛାତ୍ର ଶ୍ରେୟାଂଶ ସାହୁ ଅନୁରୂପ ଭାବେ ଜାତୀୟ ସ୍ତରରେ ୧୬ ତମ ସ୍ଥାନ ଅଧିକାର କରିଛନ୍ତି। ଉଭୟ ଙ୍କ ସଫଳତା ବିଦ୍ୟାଳୟ ସହ ରାଜ୍ୟ ତଥା ଦେଶ ପାଇଁ ଗର୍ବ ବୋଲି ଅନୁଷ୍ଠାନ ର ଅଧ୍ୟକ୍ଷ ଦୀପକ ସାହୁ ପ୍ରକାଶ କରିଛନ୍ତି।ଏହି କୃତ୍ତିତ୍ଵ ପାଇଁ ଉଭୟ କ୍ରୀଡାବିତ ଙ୍କୁ ବିଦ୍ୟାଳୟ ର ମୁଖ୍ୟ ପରାମର୍ଶ ଦାତା ରବୀନ୍ଦ୍ର ଚନ୍ଦ୍ର ପରମାଣିକ,ଏମ୍. ନାଗା ମାଲେଶ୍ୱର ରାଓ, ସ୍ଥାନୀୟ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles