ସ୍ୱାବଲମ୍ବନ ପଥେ ମହିଳା,ପ୍ରଶିକ୍ଷଣ ଶିବିର ଉଦଯାପିତ

ଟିଟିଲାଗଡ,୩୦/୬(ଜେଏନଏସ),ଟିଟିଲାଗଡ ଗ୍ଲାମ ଷ୍ଟୁଡିଓ ଓ ଏକାଡେମୀ ଏବଂ ଲାୟନ୍ସ କ୍ଲବ ର ମିଳିତ ଆନୁକୂଲ୍ୟରେ ଦୀର୍ଘ ୨ ମାସ ଧରି ଚାଲିଥିବା ନିଶୁଳ୍କ ସୋନ୍ଦର୍ଯ୍ୟ ପ୍ରସାଧନ ଓ ସିଲେଇ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇ ଯାଇଛି।ଆୟୋଜିତ ଉଦଯାପନୀ ଉତ୍ସବରେ ଲାୟନ୍ସ ଡିଷ୍ଟ୍ରିକ ଗଭର୍ଣ୍ଣର ମମତା ଗୌତମ ମୁଖ୍ୟ ଅତିଥି,ପ୍ରକଳ୍ପ ଅଧିକାରୀ ଲାୟନ୍ ବିନ୍ଦୁ ସାହୁ,ପୂର୍ବତନ ଗଭର୍ଣ୍ଣର ଯମୁନା ପ୍ରସାଦ ଗୋୟଲ,ଗ୍ଲାମ୍ ଷ୍ଟୁଡିଓ ଏକାଡେମୀ ନିର୍ଦ୍ଦେଶିକା ତଥା ପ୍ରଶିକ୍ଷିକା ସ୍ନିଗ୍ଧା ପାଢ଼ୀ,ଶାଖା ସଭାପତି ସଞ୍ଜୟ ସୋନି,ସମ୍ପାଦକ ପଙ୍କଜ ନାମଦେବ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରଶିକ୍ଷିତ ମହିଳା ଙ୍କୁ ଉତ୍ସାହିତ କରିଥିଲେ।ଲାୟନ୍ ସନ୍ତୋଷ ମହାନ୍ତି ସଭା ପରିଚାଳନା କରିଥିଲେ।ଏହି ଶିବିରରେ ୨୫ ଜଣ ସିଲେଇ ଏବଂ ୧୬ ଜଣ ସୋନ୍ଦର୍ଯ୍ୟ ପ୍ରସାଧନ ଅନ୍ତର୍ଗତ ତାଲିମ ନେଇଥିଲେ।ନାରୀ ସଶକ୍ତିକରଣ ଓ ସ୍ୱାବଲମ୍ବନ ରେ ଗ୍ଲାମ ଷ୍ଟୁଡିଓ ସ୍ୱତନ୍ତ୍ର ଭୂମିକା ତୁଲାଇଥିବା ଅତିଥିବୃନ୍ଦ ଉଲ୍ଲେଖ କରିଥିବାବେଳେ ଏହି ପ୍ରଶିକ୍ଷଣ ମହିଳା ଙ୍କୁ ଆତ୍ମ ନିର୍ଭରଶୀଳ କରିବା ସହ ସ୍ଵ ରୋଜଗାର ସୃଷ୍ଟି କରିବ ବୋଲି ପ୍ରଶିକ୍ଷିକା ସ୍ନିଗ୍ଧା ପାଢ଼ୀ ଉଲ୍ଲେଖ କରିଥିଲେ।ଏହି ଅବସରରେ ଛାତ୍ରୀ ଙ୍କୁ ସାଇକେଲ ଓ ମହିଳା ଙ୍କୁ ସିଲାଇ ମେସିନ୍ ପ୍ରଦାନ କରାଯାଇଥିଲା।ପ୍ରଶିକ୍ଷିତ ମହିଳା ଙ୍କୁ ପ୍ରଶିକ୍ଷଣ ପ୍ରମାଣପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଈଶ୍ୱର ଜୈନ, ମଦନ ପୃଷ୍ଟି,ଶମ୍ଭୁ ପ୍ରସାଦ ଗୋୟଲ,ବବିତା ଶର୍ମା,ମାନିନୀ ପାତ୍ର ,ମିନାକ୍ଷୀ ସାହୁ, ଅଜିତ ପାତ୍ର,ଅସୀମ କୁଣ୍ଡୁ ,ରତ୍ନାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles