
ଟିଟିଲାଗଡ,୫/୭(ଜେଏନ୍ଏସ୍),ଲଗାଣ ବର୍ଷା ଯୋଗୁଁ ଟିଟିଲାଗଡ ସହର ର ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।ସହରର ତଳିଆ ଅଞ୍ଚଳ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ନିଷ୍କାସନ ଅବ୍ୟବସ୍ଥା ଯୋଗୁଁ ବିଭିନ୍ନ ସାହି ରେ ଘରେ ଘରେ ପାଣି ପଶିଛି।ସରକାରୀ ତଥ୍ୟ ଅନୁଯାୟୀ ଟିଟିଲାଗଡ ସହରରେ ଶନିବାର ସନ୍ଧ୍ୟା ରୁ ରବିବାର ସକାଳ ମଧ୍ୟରେ ସର୍ବାଧିକ ୨୦୫.୪ ଏମ୍ ଏମ୍ ପ୍ରବଳ ବର୍ଷା ରେକର୍ଡ ହୋଇଛି।ତେବେ ସହର ମଧ୍ୟରୁ ବର୍ଷା ଜଳ ନିଷ୍କାସନ ରେ ବାଧା ସୃଷ୍ଟି ହୋଇଥିବା ଯୋଗୁଁ ପରିସ୍ଥିତି ଅଣାୟତ୍ତ ହୋଇଥିବା ଦେଖିବାକୁ ମିଳିଛି।ସହର ବିଭିନ୍ନ ସ୍ଥାନରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା ଆହୁରି ବିଗିଡି ଯାଇଥିବା ଦେଖିବାକୁ ମିଳିଛି।ପରିସ୍ଥିତି ନିୟନ୍ତ୍ରଣ କୁ ଆଣିବା ପାଇଁ ପୌର ପ୍ରଶାସନ ପକ୍ଷରୁ ସଫେଇ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇ ବର୍ଷା ଜଳ ନିଷ୍କାସନ ପାଇଁ ପଦକ୍ଷେପ ନିଆଯାଇଛି।ସ୍ଥିତି କୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଲଗାଣ ବର୍ଷା ରେ ଭିଜି ଭିଜି ସଫେଇ କର୍ମଚାରୀ ଙ୍କ କାର୍ଯ୍ୟ କୁ ପ୍ରଶଂସା କରଯାଇଛି।ତେବେ ପୂର୍ବ ପ୍ରସ୍ତୁତି ପାଇଁ ଘନ ଘନ ବୈଠକ ହୋଇ ବିଭିନ୍ନ ନିଷ୍ପତ୍ତି ଗୃହୀତ ହେଉଥିବା ବେଳେ ବର୍ତ୍ତମାନ ସ୍ଥିତି ବାସ୍ତବ ଚିତ୍ର କୁ ପଦାରେ ପକାଇଛି।

