ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିସରକୁ ନିଶାମୁକ୍ତ ଅଞ୍ଚଳ ଘୋଷଣା, ତଥ୍ୟ ମାଗିଲେ ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ବର,୬/୭(ଜେଏନ୍ଏସ),ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ କଲେଜ ପରିସରର ୫୦୦ ମିଟର ପରିସର ମଧ୍ୟରେ ମଦ, ତମାଖୁ, ମାଦକ ଦ୍ରବ୍ୟ ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବିକ୍ରି ନ ହେଉଥିବା ନେଇ ସୁନିଶ୍ଚିତ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଜାରି କରିଛି। ଏନେଇ ସମସ୍ତ ଶିକ୍ଷା ଅନୁଷ୍ଠାନ ତଥା କଲେଜ ଅଧ୍ୟକ୍ଷଙ୍କୁ ବିଭାଗୀୟ ଆଦେଶ ଜାରି ହୋଇଛି l ଅଧ୍ୟକ୍ଷ ମାନେ ଶିକ୍ଷା ଅନୁଷ୍ଠାନ ପରିସରରେ ଯାଞ୍ଚ କରି ୧୫ ଜୁଲାଇ ୨୦୨୬ ସୁଦ୍ଧା ଏଚ ଆଇ ଏମ୍ ଏସ୍ ପୋର୍ଟାଲରେ ନିର୍ଦ୍ଧିଷ୍ଟ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ପଦକ୍ଷେପ ଶିକ୍ଷାନୁଷ୍ଠାନ ପରିବେଶକୁ ସୁରକ୍ଷିତ, ସୁସ୍ଥ ଓ ନିଶାମୁକ୍ତ ରଖିବା ଉଦ୍ଦେଶ୍ୟରେ ଗ୍ରହଣ କରାଯାଇ ଥିବା ସୂଚନା ମିଳିଛି l

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles