ମଦ ଦୋକାନ ସ୍ଥାନାନ୍ତର ଦାବି ରେ ରାସ୍ତାରୋକ,ବ୍ୟବସାୟୀ ଙ୍କ ଭୂମିକା କୁ ନେଇ ଚର୍ଚ୍ଚା

ଟିଟିଲାଗଡ,୬/୭(ଜେଏନଏସ),ଟିଟିଲାଗଡ ସହରରେ ନୂତନ ଭାବେ ଖୋଲାଯାଇଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନ କୁ ନେଇ ବିବାଦ ତୀବ୍ର ହୋଇଛି।ଜନ ବସତି ରେ ମଦ ଦୋକାନ ଖୋଲା ଯାଇଥିବାରୁ ସ୍ଥାନୀୟ ବାସିନ୍ଦା ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଦାବିରେ ସୋମବାର ସକାଳୁ ରାସ୍ତାରୋକ କରି ପ୍ରତିବାଦ ଜଣାଇଛନ୍ତି।ଜନବସତି ରେ ମଦ ଦୋକାନ ଖୋଲା ଯାଇଥିବାରୁ ମହିଳା ସୁରକ୍ଷା,ଛାତ୍ର ଛାତ୍ରୀ ଙ୍କ ଉପରେ କୁ ପ୍ରଭାବ ତଥା ଆଇନ ଶୃଙ୍ଖଳା ସ୍ଥିତି ଉତ୍ପନ୍ନ ହେବା ଆଶଙ୍କା ରହିଥିବା ଅଞ୍ଚଳ ବାସି ଅଭିଯୋଗ କରିବା ସହ ଦୋକାନ ଟି କୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର କରାଯିବାକୁ ଦାବି କରିଛନ୍ତି।ରାସ୍ତା ରୋକ ଫଳରେ କିଛି ସମୟ ଧରି ଯାତାୟାତ ବ୍ୟାହତ ହୋଇଥିଲା।ଘଟଣା ସ୍ଥଳରେ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତ ରାୟ, ତହସିଲଦାର ଶଙ୍କରବାଗ,ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ,ଥାନା ଅଧିକାରୀ ମନୋଜ ମୁଣ୍ଡା ପହଞ୍ଚି ବିକ୍ଷୋଭ କାରି ଙ୍କୁ ବୁଝାସୁଝା କରିଥିଲେ।ଉପଜିଲ୍ଲାପାଳ ଶ୍ରୀ ସାମନ୍ତରାୟ ସ୍ଥିତି ପରଖିବା ସହ ଅବକାରୀ ନୀତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ସାମୟିକ ଭାବରେ ମଦ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେବାପରେ ସ୍ଥିତି ସ୍ୱାଭାବିକ ହୋଇଥିଲା।ତେବେ ଅପରାହ୍ନରେ ପୁଣି ଦୋକାନ ଖୋଲା ଯାଇଥିଲା।ଅପରପକ୍ଷରେ ସରକାରୀ ନିୟମ ଅନୁଯାୟୀ ଲଟେରୀ ମାଧ୍ୟମରେ ଲାଇସେନ୍ସ ପାଇଥିବା ନୂତନ ମଦ ଦୋକାନୀ କୁ ଦୋକାନ ଖୋଲାଇ ନ ଦେବା କୁ ସହରର ଜଣେ ପ୍ରତିଷ୍ଠିତ ମଦ ବ୍ୟବସାୟୀ ପରୋକ୍ଷ ଭାବରେ ବାଧା ସୃଷ୍ଟି କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।ସହର ମଧ୍ୟରେ ୱାର୍ଡ ନଂ ୪ ନେହେରୁ ନଗର ମୁଖ୍ୟ ରାସ୍ତାରେ ଦୀର୍ଘ ବର୍ଷ ଧରି ଦେଶୀ ମଦଭାଟି ରହି ସହରର ଅସ୍ମିତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଏହା ବାରମ୍ବାର ଦାବି ସତ୍ତ୍ୱେ ସ୍ଥାନାନ୍ତର ହୋଇ ପାରି ନାହିଁ।ଯାହା ବୁଦ୍ଧିଜୀବୀ ମହଲ କୁ ଆନ୍ଦୋଳିତ କରିଥିବା ଦେଖିବାକୁ ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles