ମଦ ଦୋକାନ ସ୍ଥାନାନ୍ତର ଦାବୀ ରେ ମହିଳା ଙ୍କ ନିଆରା ପ୍ରତିବାଦ

ଟିଟିଲାଗଡ,୯/୭(ଜେଏନଏସ),ଟିଟିଲାଗଡ ସହରର ହାଇସ୍କୁଲ ପଡ଼ା ଠାରେ ନୂତନ ଭାବେ ଖୋଲାଯାଇଥିବା ବିଦେଶୀ ଠିପି ବନ୍ଦ ମଦ ଦୋକାନ ସ୍ଥାନାନ୍ତର ଦାବୀ ନେଇ ସ୍ଥାନୀୟ ମହିଳା ଙ୍କ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି।ଜନବସତିରୁ ବିଦେଶୀ ମଦ ଦୋକାନ ହଟାଇବା କୁ ନେଇ କିଛିଦିନ ଧରି ବିବାଦ ଲାଗି ରହିଥିବା ବେଳେ ଗୁରୁବାର ସ୍ଥାନୀୟ ମହିଳା ମାନେ ମଦ ଦୋକାନ ସମ୍ମୁଖରେ ଟେଣ୍ଟ ପକାଇ ନିଆରା ପ୍ରଦର୍ଶନ କରିଥିଲେ।ମଦ କିଣିବାକୁ ଆସୁଥିବା ଗ୍ରାହକ ଙ୍କୁ ମହିଳା ମାନେ ଫୁଲମାଳ ସହ ପାଣି ପାଉଚ ଦେଇ ପ୍ରତୀକାତ୍ମକ ପ୍ରତିବାଦ କରିଥିଲେ। ଅନେକ ଗ୍ରାହକ ଅସମଞ୍ଜସ୍ ରେ ପଡି ମଦ କ୍ରୟ ନ କରି ସେଠାରୁ ଫେରି ଯାଉଥିବା ଦେଖିବାକୁ ମିଳିଥିଲା। ମଦ ଦୋକାନ ଯୋଗୁଁ ମହିଳା ସୁରକ୍ଷା,ଛାତ୍ର ଛାତ୍ରୀ ଙ୍କ ଉପରେ କୁ ପ୍ରଭାବ ତଥା ଆଇନ ଶୃଙ୍ଖଳା ସ୍ଥିତି ଉତ୍ପନ୍ନ ହେବା ଆଶଙ୍କା ରହିଥିବା ନେଇ ମହିଳା ମାନେ ଅଭିଯୋଗ କରିଥିଲେ।ଅଭିଯୋଗ କୁ ନେଇ ପୂର୍ବରୁ ଉପ ଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ସେ ଅବକାରୀ ନୀତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।ଅପରପକ୍ଷରେ ସରକାରୀ ନିୟମ ଅନୁଯାୟୀ ଲଟେରୀ ମାଧ୍ୟମରେ ଲାଇସେନ୍ସ ପାଇଥିବା ନୂତନ ମଦ ଦୋକାନୀ କୁ ଦୋକାନ ଖୋଲାଇ ନ ଦେବା କୁ ସହରର ଜଣେ ପ୍ରତିଷ୍ଠିତ ମଦ ବ୍ୟବସାୟୀ ପରୋକ୍ଷ ଭାବରେ ବାରମ୍ବାର ବାଧା ସୃଷ୍ଟି କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।ସହର ମଧ୍ୟରେ ୱାର୍ଡ ନଂ ୪ ନେହେରୁ ନଗର ମୁଖ୍ୟ ରାସ୍ତାରେ ଦୀର୍ଘ ବର୍ଷ ଧରି ଦେଶୀ ମଦଭାଟି ରହିଥିବା ବେଳେ ଏଥିପ୍ରତି କେହି ସ୍ୱରଉତ୍ତୋଳନ ନ କରିବା ବୁଦ୍ଧିଜୀବୀ ମହଲ କୁ ଆନ୍ଦୋଳିତ କରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles