ଘୁଷୁରାମୁଣ୍ଡା ଘଟଣା :ଟିଟିଲାଗଡ ରେ ଏଲ ଡି ଏ ର ବିଶାଳ ରାଲି

ଟିଟିଲାଗଡ,୯/୭(ଜେଏନ୍ଏସ), ଦଳିତ ପାଚିକା ନିଯୁକ୍ତି କୁ ବିରୋଧ ଘଟଣା ଓ ଛୁଆଁ ଅଛୁଆଁ ଭେଦଭାବ କୁ ନେଇ ଲିବରେସନ୍ ଡେମୋକ୍ରେସି ଆଲାଏନ୍ସ (ଏଲଡିଏ) ଗୁରୁବାର ଟିଟିଲାଗଡ ସହରରେ ଶକ୍ତି ପ୍ରଦର୍ଶନ କରିଛି। ସଙ୍ଗଠନ ସଭାପତି ଲବ ସୁନା ଙ୍କ ଆହ୍ୱାନ ରେ ବହୁ ସଂଖ୍ୟାରେ ସମର୍ଥକ ମାନେ ଟିଟିଲାଗଡ ଆସି ସ୍ଥାନୀୟ ସରକାରୀ ବାଳକ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଏକତ୍ରିତ ହୋଇଥିଲେ।ସେଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ସହ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ଦେଶ ସ୍ୱାଧୀନତା ର ଏତେ ବର୍ଷ ପରେ ମଧ୍ୟ ଜାତିବାଦ ଓ ଛୁଆଁ ଅଛୁଆଁ ଭେଦଭାବ କୁ ନେଇ ଘୁଷୁରାମୁଣ୍ଡା ରେ ଘଟିଥିବା ଘଟଣା କୁ ସଙ୍ଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଥିଲା।ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବି ସମ୍ବଳିତ ଦାବୀ ପତ୍ର ଉପଜିଲ୍ଲାପାଳ ଙ୍କୁ ପ୍ରଦାନ କରାଯାଇଥିଲା।ପ୍ରକାଶ ଯୋଗ୍ୟ ଯେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ଅନ୍ତର୍ଗତ ଘୁଷୁରାମୁଣ୍ଡା ଗାଁ ର ଅଙ୍ଗନବାଡି କେନ୍ଦ୍ରରେ ପାଚିକା ଭାବରେ ଜଣେ ଉଚ୍ଚ ଶିକ୍ଷିତା ଦଳିତ ଯୁବତୀ ନିଯୁକ୍ତି ପାଇଥିଲେ।ଏହାକୁ ନେଇ ଗ୍ରାମରେ ଅନୁସଚିତ ଜାତି ଓ ଅନୁସଚିତ ଜନ ଜାତି ମଧ୍ୟରେ ବିବାଦ ଲାଗି ରହିଥିଲା।ଉଭୟ ପକ୍ଷ କୁ ନେଇ ପ୍ରଶାସନ ର ବାରମ୍ବାର ଆଲୋଚନା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା।କାର୍ଯ୍ୟକ୍ରମ ରେ ଭୀମ ଆର୍ମି ରାଜ୍ୟ ସଭାପତି ଲଙ୍କେଶ ରାବଣ ଙ୍କ ସହ ଲକ୍ଷେଘର ଗଣ୍ଡା ସମାଜ ର ବହୁ ପଦାଧିକାରୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles