
ଟିଟିଲାଗଡ/ସଇଁତଳା ୧୦/୭(ଜେଏନଏସ),ସଇଁତଳା ବ୍ଲକ କୁଆଁର ଗାଁ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ର ଅବସରର ପ୍ରାପ୍ତ ଶିକ୍ଷକ ମାନଙ୍କୁ ପୂର୍ବତନ ଛାତ୍ର ସମୂହ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ର ମାନେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଘନଶ୍ୟାମ ପୁରୋହିତ,ସୁରେଶ ମିଶ୍ର,ଦେବେନ୍ଦ୍ର ମହାକୁଡ଼,ପୀତବାସ ମାଝୀ ପ୍ରମୁଖ ଙ୍କୁ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।ବିଦ୍ୟାଳୟ ଜୀବନର ବିଭିନ୍ନ ଶ୍ରୁତି କୁ ସ୍ମରଣ କରିବା ସହ ଶିକ୍ଷକ ଙ୍କ ସ୍ନେହ,ଶୃଙ୍ଖଳା ଓ ଆଦର୍ଶ ଶିକ୍ଷା ପାଇଁ କୃତଜ୍ଞତା ଜଣାଇଥିଲେ।ସମ୍ବର୍ଦ୍ଧିତ ଶିକ୍ଷକ ମାନେ ଛାତ୍ର ଛାତ୍ରୀ ଙ୍କ ଭଲ ପାଇବା ଓ ସମ୍ମାନ ହିଁ ଶିକ୍ଷକ ଜୀବନର ବଡ ପ୍ରାପ୍ତି ବୋଲି ଉଲ୍ଲେଖ କରିଥିଲେ।ଅବସର ପରେ ମଧ୍ୟ ଛାତ୍ର ଛାତ୍ରୀ ଙ୍କ ସମ୍ମାନ ଦେଖି ଶିକ୍ଷକ ମାନେ ଭାବବିହ୍ବଳ ହେବା ସହ ସମସ୍ତଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଙ୍କ ସହ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

