ବଡ଼ମାଲ ରେ ଇଶାର ଗ୍ରାମୀଣ କ୍ରୀଡା ମହୋତ୍ସବ

ଟିଟିଲାଗଡ,୨୦/୭(ଜେଏନ୍ଏସ),ବଲାଙ୍ଗୀର ଜିଲ୍ଲା ବଡ଼ମାଲ ଗୋଳାବାରୁଦ କାରଖାନା ଷ୍ଟାଡିୟମ୍ ଠାରେ ଇଶା ଅନୁ ଷ୍ଠାନ ପକ୍ଷରୁ ସର୍ବ ଭାରତୀୟ ଗ୍ରାମୀଣ ପ୍ରିମୀୟର ଲିଗ ସଫଳତା ର ସହ ଅନୁଷ୍ଠିତ ହୋଇଯାଇଛି।ଏହି ଦ୍ଵି ଦିବସୀୟ ଭଲିବଲ୍ ଓ ଥ୍ରୋ ବଲ ପ୍ରତିଯୋଗିତାରେ ଜିଲ୍ଲା ର ବିଭିନ୍ନ ଗ୍ରାମୀଣ ଅଞ୍ଚଳରୁ ସମୁଦାୟ ୫୫ଟି ଦଳ ମାଧ୍ୟମରେ ୫୫୦ ଜଣ ଖେଳାଳି ଅଂଶ ଗ୍ରହଣ କରି ନିଜ ଦକ୍ଷତା ପ୍ରଦର୍ଶନ କରିଥିଲେ।କାର୍ଯ୍ୟକ୍ରମ ର ଉଦଘାଟନୀ ଉତ୍ସବରେ କାରଖାନାର ମୁଖ୍ୟ ମହା ପ୍ରବନ୍ଧକ ବିଭୂତି ଭୂଷଣ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ।ପ୍ରଥମ ଦିବସରେ ୩୬ ଟି ଓ ଦ୍ୱିତୀୟ ଦିବସରେ ୧୯ ଟି ଦଳ କ୍ରୀଡା ମପ୍ରଦର୍ଶନ କରିଥିଲେ। ଉଦଯାପନୀ ଉତ୍ସବରେ କାରଖାନା ର କ୍ରୀଡା ଅଧିକାରୀ ଅଭିନବ ଚାନ୍ଦେଲ ମୁଖ୍ୟଅତିଥି,ବିଶିଷ୍ଟ ବିଜେପି ନେତା ପ୍ରମୋଦ ପ୍ରଧାନ,କାରଖାନାର ଜନସମ୍ପର୍କ ଅଧିକାରୀ ଦିଲୀପ ପଟ୍ଟନାୟକ,ଟିଟିଲାଗଡ ଭଲିବଲ ସଂଘ ସଭାପତି ଦୀପକ ସମଜଦାର,ସାମ୍ବାଦିକ ମନୋଜ କୁମାର ଶତପଥୀ,ପ୍ରାକ୍ତନଖେଳ ସମ୍ପାଦିକା ପଦ୍ମଜା ନନ୍ଦିନୀ ବହିଦାର,ଜାତୀୟ ଭାରୋତ୍ତୋଳକ ମାଧବ ସୁନା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ।ଗ୍ରାମାଞ୍ଚଳର ଲୁକ୍କାୟିତ କ୍ରୀଡା ପ୍ରତିଭା ଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦେଇ ଜାତୀୟ ସ୍ତରକୁ ନେବାରେ ଇଶା ଅନୁଷ୍ଠାନ ର ଉଲ୍ଲେଖନୀୟ ଭୂମିକା ଥିବା ଅତିଥି ବୃନ୍ଦ ଉଲ୍ଲେଖ କରିଥିଲେ।ଭଲିବଲ୍ ରେ ପଲସାଗୁଡ଼ା ପ୍ରଥମ,ତୁଣ୍ଡଲା ଦ୍ୱିତୀୟ, ବୁଧିପାଲି ତୃତୀୟ ଓ ପିପଲ ପଦର ଟିମ୍ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।ସେହିପରି ମହିଳା ଥ୍ରୋ ବଲ ରେ ମା ଦୁର୍ଗା କନ୍ଧକେଲ ଗାଁ ପ୍ରଥମ,ସିନ୍ଧେକେଲା ଦ୍ୱିତୀୟ, ରାଧାରାଣୀ କନ୍ଧକେଲ ଗାଁ ତୃତୀୟ ଓ ଡଙ୍ଗର ବୁଢ଼ା ହଳଦୀ ଦଳ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ।ବିଜେତା ଦଳ ରାଜ୍ୟ ସ୍ତର କୁ ଉତ୍ତୀର୍ଣ୍ଣ ହୋଇଥିଲେ।ଅନୁଷ୍ଠାନ ପକ୍ଷରୁ ବିଜେତା ଓ ଉପ ବିଜେତା ଦଳ ଙ୍କୁ ଅତିଥି ଙ୍କ ଦ୍ଵାରା ଟ୍ରଫି ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା କାର୍ଯ୍ୟକ୍ରମରେ ବହୁ କ୍ରୀଡାପ୍ରେମୀ,ପ୍ରଶିକ୍ଷକ ଓ ଅନୁଷ୍ଠାନ ର ସ୍ୱେଚ୍ଛାସେବୀ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles