ବଲାଙ୍ଗିର ଜିଲ୍ଲା ମିଲର୍ସ ଏସୋସିଏସନର ସାଧାରଣ ପରିଷଦ ବୈଠକ

0
66

ବଲାଙ୍ଗିର,୨୬/୧୧,(ଜେଏନ୍ଏସ୍),ସ୍ଥାନୀୟ ତାରା ହୋଟେଲ ସମ୍ମିଳନୀ କକ୍ଷରେ ବଲାଙ୍ଗିର ଜିଲ୍ଲା ମିଲର୍ସ ଏସୋସିଏସନର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ବୈଠକରେ ମିଲର୍ସଙ୍କ ବିଭିନ୍ନ ସମସ୍ୟା ସମ୍ଵନ୍ଧରେ ଆଲୋଚନା କରାଯାଇ ସରକାରଙ୍କ ସମ୍ମୁଖରେ ବିଭିନ୍ନ ଦାବି ଉପସ୍ଥାପନା କରାଯିବା ନେଇ ନିଷ୍ପତ୍ତି ଗୃହୀତ ହୋଇଥିଲା । ଆସନ୍ତା ଡିସେମ୍ବର ୨ ତାରିଖରେ ଜିଲ୍ଲାରେ ମଣ୍ଡି ଖୋଲି ଧାନକିଣା ଆରମ୍ଭ ହେବାକୁ ଥିବାବେଳେ ସରକାର ମିଲର୍ସମାନଙ୍କ ଦାବିଗୁଡିକୁ ଗ୍ରହଣ ନକରିବା ପର୍ଯ୍ୟନ୍ତ ଚଳିତବର୍ଷ ମିଲର୍ସମାନେ କଷ୍ଟମମିଲିଂ ପାଇଁ ଚୁକ୍ତିକରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ସଂଘ ପକ୍ଷରୁ ୮ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ଗତ ସେପଟେମ୍ବର ୩୦ ତାରିଖରେ ମୁଖ୍ୟଶାସନ ସଚିବଙ୍କୁ ଦିଆଯାଇଥିଲା । କିନ୍ତୁ ସେହି ଦାବି ପ୍ରତି ସରକାର ଏଯାବତ କିଛି ମଧ୍ୟ ପଦକ୍ଷେପ ନେଇ ନ ଥିବା ଯୋଗୁଁ ମିଲର୍ସଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ମିଲର୍ସମାନେ ଦାବି କରିଛନ୍ତି ଯେ,ଦୀର୍ଘ ୨୦ବର୍ଷ ପୂର୍ବରୁ କଷ୍ଟମମିଲିଂ ଦର ନିର୍ଦ୍ଧାରିତ ହୋଇଥିଲା । ଏଥିରେ ଉଷୁନା ଚାଉଳମିଲିଂ ପାଇଁ କ୍ୱିଣ୍ଟାଲ ପିଛା ୨୦ ଟଙ୍କା ଓ ଅରୁଆ ଚାଉଳମିଲିଂ ପାଇଁ ମାତ୍ର ୧୦ଟଙ୍କା ଦିଆଯାଉଛି । ଛତିଶଗଡ ଓ ଅନ୍ୟାନ୍ୟ ରାଜ୍ୟସରକାର କଷ୍ଟମମଲିର୍ସଙ୍କୁ କ୍ୱିଣ୍ଟାଲ ପିଚ୍ଛା ୧୪୦ ଟଙ୍କା ଦେଉଛନ୍ତି । ଛତିଶଗଡ ଓ ଓଡିଶା ଉଭୟ ରାଜ୍ୟରେ ଚାଷିଙ୍କୁ କ୍ୱିଣ୍ଟାଲ ପିଚ୍ଛା ୩୧୦୦ ଟଙ୍କା ଦିଆଯାଉଥିବା ବେଳେ କଷ୍ଟମମିଲିଂ ଚାର୍ଜରେ ଏତେ ବିଷମତାକୁ ଗ୍ରହଣ ଯୋଗ୍ୟ ନୁହେଁ । ପରିବହନ ଖର୍ଚ୍ଚ ପାଇଁ କି.ମି ପିଚ୍ଛା ମାତ୍ର ୪୦ ପାଇସା ଦିଆଯାଉଥିବା ବେଳେ ୨୦୧୮-୧୯ ମସିହାରୁ ଏହି ଦରରେ ବୃଦ୍ଧି କରାଯାଉନାହିଁ । ସେହିପରି ଗନିବସ୍ତା ଦେବାରେ ମଧ୍ୟ ଅବ୍ୟବସ୍ଥା ରହିଛି । ସରକାରୀ ନିୟମ ମୁତାବକ ଯୋଗାଣ ନିଗମ କ୍ୱିଣ୍ଟାଲ ପିଚ୍ଛା ପେକ୍ସକୁ ୨ଟି ଓ ମିଲର୍ସମାନେ ଦୁଇଟି ଗନିବ୍ୟାଗ ଦେବା କଥା । କିନ୍ତୁ ରାଜ୍ୟ ସରକାର ଏହି ଗନିବ୍ୟାଗ ପେକ୍ସଙ୍କୁ  ଯୋଗାଇ ଦିଆଯାଉନାହିଁ । ବସ୍ତା ପିଛା ମିଲର୍ସମାନେ ୪ଟି ଗନିବ୍ୟାଗକୁ ୨୫ ଟଙ୍କା ଦରରେ ମୋଟ ୧୦୦ ଟଙ୍କା ଖର୍ଚ୍ଚକରି ବଜାରରୁ କିଣୁଥିବା ବେଳେ ସରକାର ସେମାନଙ୍କୁ ମୋଟ ୧୪ ଟଙ୍କା ୫ ପଇସା ବସ୍ତାର ଟଙ୍କା ଦେଉଛନ୍ତି । ଫଳରେ ମିଲର୍ସମାନେ କ୍ଷତି ସହୁଛନ୍ତି । ସରକାର ସିଧାସଳଖ ଗନିବ୍ୟାଗ ଯୋଗାଇ ଦିଅନ୍ତୁ ନଚେତ ବସ୍ତାପ୍ରତି ୨୫ ଟଙ୍କା ପ୍ରଦାନ କରାଯାଉ ବୋଲି ମିଲର୍ସ ସଂଘ ଦାବି କରିଛି । କେବଳ ସେତିକି ନୁହେଁ ଧାନର କଷ୍ଟୋଡି ଚାର୍ଜ ବର୍ଷକୁ କ୍ୱିଣ୍ଟାଲ ପ୍ରତି ମାତ୍ର ଟ୭.୨୦ ପାଇସା ଦିଆଯାଉଛି । ମିଲର୍ସମାନେ ଯୋଗାଣ ନିଗମରୁ ଧାନ ନେଇ ତାଙ୍କ ମିଲରେ ଥିବା ଗୋଦାମମାନଙ୍କରେ ରଖୁଛନ୍ତି ଓ ତାକୁ ମିଲିଂ କରି ଚାଉଳ ଫେରାଉଛନ୍ତି । କିନ୍ତୁ ଏବେ ବିଭିନ୍ନ ଆଳ ଦେଖାଇ ରାଜ୍ୟ ଯୋଗାଣ ନିଗମ ଗତ ୧୦ବର୍ଷରେ ମିଲର୍ସମାନଙ୍କୁ ଦିଆଯାଇଥିବା କଷ୍ଟୋଡିଚାର୍ଜ ଟଙ୍କାକୁ ଫେରାଇ ଦେବାକୁ ଚିଠି କରିଛି। ଏହା ସିଧାସଳଖ ମିଲର୍ସଙ୍କ ଉପରେ ସରକାର ଜୁଲୁମ କରୁଥିବା ଅଭିଯୋଗ କରାଯାଇଛି । ଠିକ ସେହିପରି ମଣ୍ଡି ଅପରେସନକୁ ନେଇ ବଲାଙ୍ଗିର ଜିଲ୍ଲାରେ ଦ୍ୱନ୍ଦ ଦେଖାଦେଉଛି । ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକରେ ଏନେଇ ପ୍ରତିବର୍ଷ ଆଲୋଚନା ହେଉଛି, କିନ୍ତୁ କୌଣସି ବର୍ଷ ମଣ୍ଡି ହେଣ୍ଡଲିଙ୍ଗ ଠିକାଦାର ନିଯୁକ୍ତି କରାଯାଉନାହିଁ । ଚଳିତବର୍ଷ ମିଲର୍ସମାନେ ମଣ୍ଡିରେ ଶ୍ରମିକ ନିଯୁକ୍ତି କରିବାକୁ କୁହାଯାଇଛି । ଜଣେ ଜଣେ ମିଲର୍ସ ୧୨ ରୁ ୧୫ଟି ମଣ୍ଡିରୁ ଧାନ ଉଠାଉଥିବାରୁ ସବୁ ମଣ୍ଡିରେ ଶ୍ରମିକ ନିଯୁକ୍ତି କରିବାକୁ ମିଲର୍ସମାନେ ଅସମର୍ଥ ବୋଲି ମିଲର୍ସ ସଂଘ କହିଛି । ଏହି ସବୁ ସମସ୍ୟା ନେଇ ମିଲର୍ସ ଏସୋସିଏସନ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବରେ ଜଣାଇଛି ଓ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ କଷ୍ଟମମିଲିଂ ପାଇଁ ଚୁକ୍ତି କରାଯିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି । 

LEAVE A REPLY

Please enter your comment!
Please enter your name here