ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉଦଯାପିତ

0
64

ଟିଟିଲାଗଡ଼,୧୨/୧୨,(ଜେଏନ୍ଏସ୍), ଟିଟିଲାଗଡ଼ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାମିନୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଗୁରୁବାରୁ ସେନ୍ଦୁରିଆ ସୁସ୍ଥ ଜୀବନ ଯାପନ ପାଇଁ କ୍ରୀଡାର ଆବଶ୍ୟକତା ସମ୍ଵନ୍ଧରେ ଉଦବୋଧନ ଦେଇଥିଲେ । କ୍ରୀଡା ସମ୍ପାଦକ ଜଗନ୍ନାଥ ପିଡିକାକା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଅବସରରେ କୃତି ଛାତ୍ରୀଙ୍କୁ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କ୍ରୀଡା ଶିକ୍ଷକ ପାଣ୍ଡବ ବିଶି, ଲିଲି ପ୍ରଧାନ, ଅନନ୍ତ ବିଶ୍ଵାଳ, ଥବୀର ସାହୁ, ଲିପସା ଆଚାରୀ, ଅଙ୍କିତା ମେହେର, ପ୍ରକାଶ ପ୍ରଧାନ, ମନୀଷ ଦୀପ ପ୍ରମୁଖ ସହଯୋଗ କରିଥିଲେ । 

LEAVE A REPLY

Please enter your comment!
Please enter your name here