ସୀକୃତି ନ ଥାଇ ଚାଲିଛି ବାଲିଘାଟ, ଚୋରା ବାଲି ଚାଲାଣ ବେଳେ ୨ ହାଇୱା ଜବତ

ଟିଟିଲାଗଡ,୧୬/୫(ଜେଏନଏସ), ଟିଟିଲାଗଡ ଥାନା ଲୁଥୁରବନ୍ଧ ପଞ୍ଚାୟତ ଅନ୍ତର୍ଗତ ମହଦା ବାଲି ଘାଟ ରୁ ଦୀର୍ଘଦିନ ଧରି ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଛି।ରଜତ ପାତ୍ର ନାମକ ବ୍ୟକ୍ତି ଙ୍କ ନାମରେ ଥିବା ଏହି ବାଲି ଘାଟ ର (ସି ଟି ଓ) ପରିବେଶ ମଞ୍ଜୁରି ସାର୍ଟିଫିକେଟ ନ ଥାଇ ମଧ୍ୟ ନିୟମିତ ଜେସିପି ମେସିନ୍ ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଇ ହାଇୱା ଯୋଗେ ପଡ଼ୋଶୀ କଳାହାଣ୍ଡି ଜିଲ୍ଲା ସହ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ସ୍ଥାନ କୁ ବାଲି ଚୋରା ଚାଲାଣ ହେଉଛି।ଏହାକୁ ନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ସଂପୃକ୍ତ ବାଲିଘାଟ ଲିଜ ଧାରି ଙ୍କ ପ୍ରତି ଜିଲ୍ଲା ଖଣି ଅଧିକାରୀ ଙ୍କ ବିଶେଷ ଅନୁକମ୍ପା ଯୋଗୁଁ ଏହି କଳା କାରବାର ଅନାୟାସରେ ଚାଲିଥିବା ଦେଖିବାକୁ ମିଳିଛି।ସୀକୃତି ନ ଥାଇ ଏହି ବାଲିଘାଟ ଚାଲିଥିବା ନେଇ ପୂର୍ବରୁ ଜିଲ୍ଲା ଖଣି ଅଧିକାରୀ ଚନ୍ଦ୍ରଚୁଡ଼ ମହନ୍ତ ଓ ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ବବିତା ସିଂ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା।ତେବେ ବଲାଙ୍ଗୀର ଜିଲ୍ଲା ରେ ବାଲି ମାଫିଆ ବେଶ୍ ସକ୍ରିୟ ଥିବା ଓ ଏହି କଳା କାରବାର ଅହେତୁକ ବୃଦ୍ଧି ପାଇଥିବା ବେଳେ ଏସ ପି ଅଭିଳାଷ ଜି ଙ୍କ ନିର୍ଦ୍ଦେଶ ରେ ବାଲି ମାଫିଆ ଙ୍କ ପ୍ରତି ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳିଛି।ଟିଟିଲାଗଡ ପୁଲିସ ଶନିବାର ମହଦା ଘାଟ ରୁ ଚୋରା ବାଲି ଚାଲାଣ ହେଉଥିବା ବେଳେ ବାଲି ବୋଝେଇ ଥିବା ୨ ଟି ହାଇୱା ଓଡ଼ି ୦୮ ଆର ୨୬୨୫ ଓ ଓଡ଼ି ୦୮ ଡବ୍ଲୁ ୧୭୯୭ କୁ ଜବତ କରିଛି।ଚାଳକ ଙ୍କ ଠାରୁ ଜବତ ଟ୍ରାଞ୍ଜିକ୍ଟ ପାସ୍ ଅସଲି କି ନକଲି ପୁଲିସ ଜିଲ୍ଲା ଖଣି ଅଧିକାରୀ ଙ୍କ ନିକଟକୁ ପଠାଇଥିବା ଓ ଏହାର ତଦନ୍ତ ଚାଲିଥିବା ଜିଲ୍ଲା ଖଣି ଅଧିକାରୀ ଶ୍ରୀ ମହନ୍ତ ଜଣାଇଛନ୍ତି।ଅପର ପକ୍ଷରେ ଏହାକୁ ନେଇ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଏସ ଡି ପି ଓ ଯଶୋବନ୍ତ ନାରାୟଣ ପ୍ରଧାନୀ ସୂଚନା ଦେଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles