ପଥ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

0
56

ଟିଟିଲାଗଡ଼,୨୧/୧୦,(ଜେଏନ୍ଏସ୍) ସ୍ଥାନୀୟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆସନ୍ତା ୨୯ ତାରିଖରେ ଆୟୋଜିତ ହେବାକୁ ଥିବା ‘ପଥ ଉତ୍ସବ’କୁ ନେଇ ସୋମବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ରେହାନ ଖତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଡ଼ିଓ ସୁଶାନ୍ତ ରଣା, ପୌର ନିର୍ବାହୀ ଅଧିକାରୀ ଜୟସେନ ଧରୂଆ, ସଇଁତଳା ବିଡ଼ିଓ ବିନୟ ଭୋଇ, ଡେପୁଟି ଜିଲ୍ଲାପାଳ ହରେକୃଷ୍ଣ ମେହେର ପ୍ରମୁଖ ମଞ୍ଚାସିନ ଥିଲେ । ଟିଟିଲାଗଡ଼ ଏବଂ କଣ୍ଟାବାଞ୍ଜି ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ସମସ୍ତ ଭୋଟରଙ୍କୁ ସଚେତନ କରିବା, ନୃତନ ଭାବରେ ଭୋଟର ତାଲିକାରେ ନାମ ସଂଯୋଗ କରିବା, ଭୋଟର କାର୍ଡରେ ତ୍ରୁଟି ସଂଶୋଧନ କରିବା, ଭୋଟର ତାଲିକାରୁ ମୃତ ବ୍ୟକ୍ତିଙ୍କ ନାମକୁ ବାଦ ଦେବା ଏବଂ ଭୋଟରଙ୍କୁ ସଚେତନ କରିବା ‘ପଥ ଉତ୍ସବ’ର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପଜିଲ୍ଲାପାଳ ରେହାନ ଖତ୍ରୀ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ଅନ୍ତର୍ଗତ ଯୁବ ଭୋଟରଙ୍କୁ ଉତ୍ସାହିତ କରିବା ଏବଂ ଏହି ପରିପ୍ରେକ୍ଷୀରେ ବିଭିନ୍ନ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବା ନେଇ ବୈଠକରେ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।  

LEAVE A REPLY

Please enter your comment!
Please enter your name here