
ଟିଟିଲାଗଡ,୧୦/୬(ଜେଏନଏସ),ଭାରତ ଇତିହାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଦୀର୍ଘ ସମୟ ଧରି ନିର୍ବାଚିତ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇବା ରେ ଗୌରବ ହାସଲ କରିଛନ୍ତି।ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଙ୍କ ରେକର୍ଡ କୁ ଅତିକ୍ରମ କରି ସେ ଏହି ଐତିହାସିକ ସଫଳତା ହାସଲ କରିଛନ୍ତି।ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ବିଜେପି ପକ୍ଷରୁ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତା ଦେବୀ ଜୈନ ଓ ଶତାଧିକ କର୍ମୀ ସ୍ଥାନୀୟ ଧବଳେଶ୍ୱର ମନ୍ଦିର ରେ ତାଙ୍କ ସୁସ୍ଥତା,ଦୀର୍ଘାୟୁ ଓ ଦେଶର ଉନ୍ନତି କାମନାରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଙ୍କ ନେତୃତ୍ୱରେ ଦେଶ ଆହୁରି ପ୍ରଗତି ପଥରେ ଅଗ୍ରସର ହେଉ ବୋଲି ସାମୁହିକ ପ୍ରାର୍ଥନା କରାଯାଇଥିବା ବିଧାୟକ ଶ୍ରୀ ଜୈନ ପ୍ରକାଶ କରିଛନ୍ତି।

