
ଟିଟିଲାଗଡ,୩/୪(ଜେଏନଏସ),ଟିଟିଲାଗଡ ଆର ପି ଏଫ କେସିଙ୍ଗା ରେଳ ଷ୍ଟେସନ୍ ପରିସର ମଧ୍ୟରୁ ଜଣେ ବ୍ୟକ୍ତି ଙ୍କ ଠାରୁ ନଗଦ ୪୦ ଲକ୍ଷ ଟଙ୍କା ଜବତ କରିଥିବା ସୂଚନା ମିଳିଛି।ସୂଚନା ଅନୁଯାୟୀ ପଶ୍ଚିମବଙ୍ଗ ବାସିନ୍ଦା ପ୍ରଭାତ ସାମୁଏଲ (୩୪) ନାମକ ଜଣେ ବ୍ୟକ୍ତି ୪୦ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍ ସହ ରେଳ ଷ୍ଟେସନ୍ ପରିସରରେ ସନ୍ଦିଗ୍ଧ ଅବସ୍ଥାରେ ଥିବାବେଳେ ଆରପିଏଫ ହାବୁଡ଼ରେ ପଡ଼ିଥିଲେ।ତେବେ ସଂପୃକ୍ତ ବ୍ୟକ୍ତି ଙ୍କ କଥାରେ କୌଣସି ତାଳ ମେଳ ରହୁ ନ ଥିବାରୁ ତାଙ୍କୁ ଟିଟିଲାଗଡ ଆରପିଏଫ ଥାନା କୁ ଅଣା ଯାଇଥିବା ଜଣାପଡ଼ିଛି। ଏ ସମ୍ବନ୍ଧରେ ଆରପିଏଫ ଅଧିକାରୀ ତ୍ରିବିକ୍ରମ ସେଠ୍ ଙ୍କୁ ପଚାରିବାରୁ ସଂପୃକ୍ତ ବ୍ୟକ୍ତି ଙ୍କ ଠାରୁ ଟଙ୍କା ଜବତ କରିବା ସହ ଆୟକର ବିଭାଗ କୁ ସୂଚନା ଦିଆଯାଇଥିବା ଜଣାଇଛନ୍ତି।

