ବିଜେପୁର ଧାନମଣ୍ଡି ରେ ଚାଷୀ ଙ୍କୁ ଶୋଷଣ

ପଞ୍ଜିକରଣ ପାଇଁ ଚାଷୀ ଙ୍କ ଠାରୁ ୧୦୦ ଟଙ୍କା ଅସୁଲି ଅଭିଯୋଗ

ଟିଟିଲାଗଡ ୦୮/୦୮ (ଜେଏନଏସ), ଟିଟିଲାଗଡ ବ୍ଲକ ଅନ୍ତର୍ଗତ ବିଜେପୁର ଧାନମଣ୍ଡି ରେ ଚାଷୀ ଙ୍କୁ ଶୋଷଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ନୂଆ ସରକାର ରେ ଚାଷୀ ଙ୍କୁ ପ୍ରାଧାନ୍ୟ ଦେଇ ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ଧାନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୩୧୦୦ ଟଙ୍କା କୁ ବୃଦ୍ଧି କରିଛନ୍ତି।ଏଥିସହ ଚାଷୀ ନିଜ କଷ୍ଟ ଉପାର୍ଜିତ ଫସଲ ମଣ୍ଡି କୁ ନେଇ କିଭଳି ଠିକ ଭାବରେ ବିକ୍ରି କରିପାରିବ ସେ ନେଇ ଅନେକ ବ୍ୟବସ୍ଥା ମଧ୍ୟ କରିଛନ୍ତି।ତେବେ ବିଜେପୁର ଧାନମଣ୍ଡି ରେ ଏହାର ବ୍ୟତିକ୍ରମ ହୋଇଥିବା ଦେଖାଯାଇଛି।ମଣ୍ଡି କୁ ଆସୁଥିବା ଚାଷୀ ଙ୍କ ଠାରୁ ପଞ୍ଜିକରଣ ପାଇଁ ୧୦୦ ଟଙ୍କା ଲେଖାଏଁ ଅସୁଲ କରାଯାଉଥିବା ଖୋଦ୍ ଚାଷୀ ଅଭିଯୋଗ କରିଛନ୍ତି।ଧାନ ମଣ୍ଡି ରେ ନିୟୋଜିତ ଡାଟା ଅପରେଟର ବିଶ୍ୱଜିତ ସାହୁ ଚାଷୀ ଙ୍କୁ ଟଙ୍କା ମାଗୁଥିବା ଓ ପେକ୍ସ ସେକ୍ରେଟାରୀ ବିଘ୍ନେଶ୍ୱର ଭୋଇ ଏହାକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି। ଚାଷୀ ଙ୍କୁ ଟଙ୍କା ମାଗା ଯାଉଥିବା ଏକ ଅଡିଓ କ୍ଲିପ୍ ଭାଇରାଲ ହୋଇଥିବା ବେଳେ ଏହାକୁ ନେଇ ଅଞ୍ଚଳର ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅପରପକ୍ଷରେ ଘଟଣା କୁ ନେଇ ସଂପୃକ୍ତ ଡାଟାଏଣ୍ଟ୍ରି ଅପରେଟର ଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ କାଗଜ ପତ୍ର ଜେରେକ୍ସ ବାବଦ ରେ ଟଙ୍କା ମାଗାଯାଇଥିବା କହିଛନ୍ତି। ସେହିପରି ପେକ୍ସ୍ ସେକ୍ରେଟାରୀ ଟଙ୍କା ମାଗିବା କୁ ସେ କୌଣସି ନିର୍ଦ୍ଦେଶ ଦେଇ ନଥିବା କହିଛନ୍ତି। ଘଟଣା କୁ ନେଇ ଅଞ୍ଚଳର ଚାଷୀ ଟିଟିଲାଗଡ ଉପଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେବେ ବୋଲି ଜଣାଇଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles