ଟିଟିଲାଗଡ ବନଖଣ୍ଡ ପକ୍ଷରୁ ସବୁଜ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼,୨୦/୦୯,(ଜେଏନଏସ),ଟିଟିଲାଗଡ଼ ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ‘ସବୁଜ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବଲାଙ୍ଗିର ଡି ଏଫ ଓ ସୁଦର୍ଶନ ବେହେରା ମୁଖ୍ୟଅତିଥି,  ଟିଟିଲାଗଡ଼ ଉପଜିଲ୍ଲାପାଳ ରେହାନ୍ କ୍ଷେତ୍ରୀ, ତହସିଲଦାର ଶୁଭାଶିଷ ଶତପଥୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଟିଟିଲାଗଡ଼ ବନାଞ୍ଚଳ ଅଧିକାରୀ ସଚ୍ଚିଦାନନ୍ଦ ସୁବୁଦ୍ଧି ସ୍ୱାଗତ ଅଭିଭାଷଣ ଦେଇଥିଲେ । ବିଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ବନାଗ୍ନି  ହ୍ରାସ ପାଇଥିବା ଏବଂ ନୃତନ ଭାବରେ ଜଙ୍ଗଲ ସୃଷ୍ଟି ହୋଇଥିବା ମୁଖ୍ୟ ଅତିଥି ଶ୍ରୀ ବେହେରା ଉଲ୍ଲେଖ କରିବା ସହ ବନ ସମିତି କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କରିଥିଲେ । ତତଲାଗଡ଼ ଭାବରେ ପରିଚିତ ଟିଟିଲାଗଡ଼ ସହରରେ ବ୍ୟାପକ ବନୀକରଣର ଆବଶ୍ୟକତା ଥିବା  ଏବଂ ଏଥିପାଇଁ ବ୍ୟାପକ ସଚେତନତାର ଆବଶ୍ୟକତା ଥିବା ଅତିଥି ବୃନ୍ଦ ପ୍ରକାଶ କରିଥିଲେ।  ଟିଟିଲାଗଡ଼ ଉପଜିଲ୍ଲାପାଳ ଜଙ୍ଗଲ ଜମି ସମ୍ପର୍କିତ ସମସ୍ୟା ହେଲେ ପ୍ରଶାସନର ସାହାଯ୍ୟ ନେବାକୁ ଅନୁରୋଧ କରିଥିଲେ । ଏହିଅବସରରେ ରେଞ୍ଜ ଅଧୀନରେ ଥିବା ୧୦ ଗୋଟି ବି ଏସ ଏସ କର୍ମକର୍ତାଙ୍କୁ ଜୀବନ ଜୀବିକା ମିଶନ ଅନୁଯାୟୀ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଥିଲା  ।କାର୍ଯ୍ୟକ୍ରମ ପରିଚାଳନାରେ ଟିଟିଲାଗଡ଼ ବନବିଭାଗର ନମିତା ତାଣ୍ଡି, ନିପୁର ଭୋଇ, ସୁନିତା ମୁଣ୍ଡା, ବନପାଳ ପ୍ରିୟଙ୍କା ପୋଢ଼, ରଂଜିତା ପୋଢ଼, ସଞ୍ଜୟ ମାଝୀ, ସଂଜୀବ ମିଶ୍ର, ହରିବନ୍ଧୁ ପ୍ରଧାନ ପ୍ରମୁଖ ସହାୟତା କରିଥିଲେ । 

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles