ଜିଲ୍ଲା ହୋଟେଲ ସଂଘ ର ବାର୍ଷିକ ସମ୍ମିଳନୀ

ଟିଟିଲାଗଡ(ଇମିସ), ସ୍ଥାନୀୟ ଦେବକୀ ନନ୍ଦନ ରିସୋଟ ପରିସରରେ ବଲାଙ୍ଗୀର ଜିଲ୍ଲା ହୋଟେଲ ସଂଘ ର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ସଂଘ ସଭାପତି ଜୟ ପ୍ରକାଶ ପୁରୋହିତ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସମ୍ପାଦକ ରବି ନାରାୟଣ ପୁଝାରୀ ସ୍ଵାଗତ ଅଭିଭାଷଣ ପ୍ରଦାନ ସହ ବାର୍ଷିକ ବିବରଣୀ ପାଠ କରିଥିଲେ।ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଜିଲ୍ଲା ର ପର୍ଯ୍ୟଟନ ର ବିକାଶ ପାଇଁ ୮ ଶହ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିବା ବେଳେ ଏହି ତାଲିକାରୁ ଐତିହ୍ୟ ସମ୍ପନ୍ନ ବଲାଙ୍ଗୀର ଜିଲ୍ଲା କୁ ବାଦ ଦେଇଥିବା ଯୋଗୁଁ ସଂଘ ପକ୍ଷରୁ ଉଦବେଗ ପ୍ରକାଶ ପାଇଥିଲା।ବଲାଙ୍ଗୀର ଜିଲ୍ଲା ରୁ ୨ ଜଣ ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀ ରହିଥିବା ସତ୍ତ୍ବେ ପର୍ଯ୍ୟଟନ କ୍ଷେତ୍ର ରେ ଜିଲ୍ଲା କୁ ଅବହେଳା କରାଯାଉଥିବା ନେଇ ସଂଘ ପକ୍ଷରୁ ଅଭିଯୋଗ ଉଠିଥିଲା।ଏହାକୁ ନେଇ ସଂଘ ପକ୍ଷରୁ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହ ଏକ ଦାବୀ ପତ୍ର ପ୍ରଦାନ କରାଯିବା ନେଇ ନିଷ୍ପତ୍ତି ଗୃହୀତ ହୋଇଥିଲା।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଶୋକ ପାଢ଼ୀ, ଲୋଟସ ଷଡ଼ଙ୍ଗୀ,ନରେନ୍ଦ୍ର ସାହୁ,ଧ୍ରୁବ ଜୁଏଡ଼,ଅଭିଜିତ ମିଶ୍ର,ମହାତ୍ମା ସାହୁ,ପିଙ୍କୁ ହୋତା,ବିକି ଅଗ୍ରୱାଲ, ଟିକେଲାଲ ସାହୁ,ପଙ୍କଜ ଅଗ୍ରୱାଲ,ଆନନ୍ଦ ଜୈନ,ରାହୁଲ ଜୈନ,ଶିବ ଦୟାଲ ଜୈନ, ସାଂସଦ ପ୍ରତିନିଧି ରମେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ସଂଯୋଜକ ହରିଶ ରାୟଠାତା ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles