ଅବସରକାଳୀନ ସମ୍ବର୍ଦ୍ଧନା ସଭା

ସଇଁତଳା,୦୪/୦୭/୨୫(ଜେ.ଏନ୍.ଏସ୍.),ସଇଁତଳା ବ୍ଲକ ଅନ୍ତର୍ଗତ ଶିଶକେଲା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଭୋଇଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।ପ୍ରଧାନ ଶିକ୍ଷକ ଯଦୁମଣି ସେଠଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସ୍ଥାନୀୟ ସରପଞ୍ଚ ମାଳତୀ ରଣା ମୁଖ୍ୟଅତିଥି, ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ସମିତି ସଭ୍ୟ ଉମାକାନ୍ତ ରଣା,ବିଭାଗ ଅଧିକାରୀ ଅର୍ଜୁନ ପାଣିଗ୍ରାହୀ, ପ୍ରଧାନ ଶିକ୍ଷକ ମନୋଜ ବେହେରା, ସିଆରସିସି ଉପେନ୍ଦ୍ର ନନ୍ଦ, ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଭୋଇ ଓ ସ୍କୁଲ କମିଟି ସଭାପତି ଯଜ୍ଞେଶ୍ଵର ରଣା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ଏହି ଅବସରରେ ପ୍ରଧାନ ଶିକ୍ଷକ ପୁରୁଷୋତ୍ତମ ଭୋଇଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ରାଜକିଶୋର ବାରିକ, ରାଜେନ୍ଦ୍ର ମାଝୀ, ଦୁର୍ଗା ପ୍ରସାଦ ସେଠ, ପିଣ୍ଟୁ ଭୋଇ, ଆଶିଷ ସିଂ ଭୋଇ, ସାଗରିକା ଭୋଇ, ଉପେନ୍ଦ୍ର ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles