ଏଲ୍ଆଇସି ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ଧର୍ମଘଟ

ଟିଟିଲାଗଡ(ଜେଏନ୍ଏସ୍),୦୯/୦୭/୨୫: ଭାରତୀୟ ଜୀବନ ବୀମା ନିଗମ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ଭାରତ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଛି । ଏହିପରିପ୍ରେକ୍ଷିରେ ସଂଘର ଟିଟିଲାଗଡ଼ ଶାଖା ସଭାପତି ଜ୍ୟୋତି କୁମାର ବେହେରାଙ୍କ ନେତୃତ୍ୱରେ ଶାଖା କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାରଙ୍କ ନୀତିକୁ ବିରୋଧ କରି ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଓ ସହଯୋଗୀ ମଞ୍ଚ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ରାଷ୍ଟ୍ରାୟତ ଉଦ୍ୟୋଗର ଘରୋଇକରଣ, ଚୁକ୍ତି ଭିତ୍ତିକ ନିଯୁକ୍ତି, ଆଉଟସୋର୍ସିଂ, ବୀମା କ୍ଷେତ୍ରରେ ଶତପ୍ରତିଶତ ଏଫ୍.ଡି.ଆଇ ଲାଗୁ କରାଯିବାକୁ ସଂଘ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶାଖା ସମ୍ପାଦକ ସୁମନ ସୌରଭ ପରିଛା, ଉପସଭାପତି ସଞ୍ଜୀବ ବାଗ, ପରେଶ ମିଶ୍ର, ଭକ୍ତରାଜ ବେହେରା, ଅରୁଣ ବେହେରା, ଦନାର୍ଦ୍ଦନ୍ ସୁବୁଦ୍ଧି, ଚନ୍ଦ୍ର ଶେଖର ଦୀପ, ରାଧା ରମଣ ସାହୁ ପ୍ରମୁଖଙ୍କ ସହ ବହୁ କର୍ମଚାରୀ ଉପସ୍ଥିତ ଥିଲେ । 

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles