ସାମାନ୍ୟ ବର୍ଷା ରେ ୭୫ ଲକ୍ଷ ରେ ନବ ନିର୍ମିତ ରାସ୍ତା ର ସ୍ଥିତି ଖରାପ

ଟିଟିଲାଗଡ(ଜେଏନଏସ),ବଲାଙ୍ଗୀର ଜିଲ୍ଲା କ୍ଷୁଦ୍ର ଜଳସେଚନ ଡିଭିଜନ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟ ରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଡିଭିଜନ ଅନ୍ତର୍ଗତ ଟିଟିଲାଗଡ ସବ ଡିଭିଜନ ରେ କେବଳ ଠିକାଦାର ପୋଷାନୀତି ରେ ବିଭିନ୍ନ କାର୍ଯ୍ୟ କରାଯାଇ ସରକାରୀ ଅନୁଦାନର ଦୁରୁପଯୋଗ ହୋଇଥିବା ଦେଖିବାକୁ ମିଳିଛି। ଲକ୍ଷ୍ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହୋଇଥିବା ରାସ୍ତା ବର୍ଷେ ନ ପୂରୁଣୁ ସାମାନ୍ୟ ବର୍ଷା ରେ ସ୍ଥିତି ଖରାପ ହୋଇ ପଡ଼ିଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।ଟିଟିଲାଗଡ ବ୍ଲକ ବାଞ୍ଜିପଦର ପଞ୍ଚାୟତ ଅନ୍ତର୍ଗତ ମାଥନପଲା ପ୍ରକଳ୍ପ ର କେନାଲ ପାର୍ଶ୍ଵ ରାସ୍ତା ନିର୍ମାଣ ପାଇଁ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଜାନୁଆରୀ ୨୦୨୪ ରେ ୭୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଟେଣ୍ଡର ଆହ୍ଵାନ କରାଯାଇଥିଲା।ପାୟଲ ନାଗପୁରୀ ନାମକ ଜଣେ ଠିକାଦାର ଏହି ଟେଣ୍ଡର ପାଇଥିବା ବେଳେ ସ୍ଥାନୀୟ ବିଜେଡ଼ି ଦଳ ର ଜଣେ ଆଗଧାଡ଼ିର ନେତା ଏହି କାର୍ଯ୍ୟ ତୁଲାଇ ଥିଲେ। ଏହି ରାସ୍ତାକାମ ଅତି ନିମ୍ନ ମାନର ହୋଇଥିବା ନେଇ ସ୍ଥାନୀୟ ଲୋକେ ପୂର୍ବରୁ ଅଭିଯୋଗ କରିଥିଲେ।ନିମ୍ନମାନର କାମ ଯୋଗୁଁ ସାମାନ୍ୟ ବର୍ଷା ରେ ଏହି ରାସ୍ତା ଧୋଇ ହୋଇଯାଇଥିବା ଦେଖିବାକୁ ମିଳିଛି। ସଂପୃକ୍ତ ଠିକାଦାର ଏହି କାର୍ଯ୍ୟର ବିଲ ଉଠାଇ ସାରିଥିବା ବେଳେ ବିଭାଗୀୟ ଯନ୍ତ୍ରୀ ଏହି ରାସ୍ତା ଉପରେ ଆଉ ଏକ ପରସ୍ତ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।ଘଟଣା କୁ ନେଇ ବିଭାଗୀୟ ସହାୟକ ଯନ୍ତ୍ରୀ ମୂରଲୀଧର ମହାଲିକ ନିଜେ ଯାଇ ସ୍ଥିତି ପରଖିବା କୁ କହିଥିଲେ।ତେବେ ଗୋଟିଏ ସପ୍ତାହ ପରେ ମଧ୍ୟ ତାଙ୍କୁ ଯୋଗାଯୋଗ କରାଯିବାରୁ ସେ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ଘଟଣା ସ୍ଥଳ କୁ ଯାଇପାରି ନ ଥିବା ଏବଂ ଖୁବ୍ ଶୀଘ୍ର ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles