ଉପଡାକଘରୁ ପୋଷ୍ଟମାଷ୍ଟରଙ୍କ ଶବ ଉଦ୍ଧାର

0
40

ଟିଟିଲାଗଡ,୦୧/୦୮(ଜେଏନଏସ),ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଉପଡ଼ାକଘରୁ ପୋଷ୍ଟମାଷ୍ଟର ନରେନ୍ଦ୍ର ଭୋଇ(୫୨)ଙ୍କ ମୃତଦେହ ସ୍ଥାନୀୟ ପୁଲିସ ଉଦ୍ଧାର କରିଛି । ସୂଚନା ଅନୁଯାୟୀ ସ୍ୱର୍ଗତ ଭୋଇ ୧୫ ଦିନ ପୂର୍ବରୁ ଏଠାରେ ପୋଷ୍ଟମାଷ୍ଟର ଭାବରେ ନିଯୁକ୍ତ ହୋଇଥିଲେ । ପ୍ରତିଦିନ ପରି ଗୁରୁବାର ଅଫିସ କାମ ସାରି ସେ ଡାକଘର କାର୍ଯ୍ୟାଳୟ ମଧ୍ୟରେ ହିଁ ରହିଥିଲେ । ଶୁକ୍ରବାର ସକାଳୁ ଅନ୍ୟ କର୍ମଚାରୀମାନେ ଆସି ତାଙ୍କୁ ଡାକିବା ପରେ ମଧ୍ୟ କବାଟ ନ ଫିଟାଇବାରୁ ସନ୍ଦେହରେ ପୁଲିସକୁ ଖବର ଦେଇଥିଲେ । ଖବରପାଇ ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଞ୍ଜୀବ ପ୍ରଧାନ ଓ କଣ୍ଟାବାଞ୍ଜି ଏ.ଡି.ପି.ଓ ଲକ୍ଷ୍ମୀନାରାୟଣ ମାରାଣ୍ଡି ପହଞ୍ଚି କବାଟ ଖୋଲି ତାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ତେବେ ପୋଷ୍ଟମାଷ୍ଟରଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଜାରି ରହିଥିବା ପୁଲିସ ସୂଚନା ଦେଇଛି ।

LEAVE A REPLY

Please enter your comment!
Please enter your name here