ରକ୍ତ ସମ୍ପର୍କରେ ଛିଟା,ନିଖୋଜ ସାନ ଭାଇ କୁ ହତ୍ୟା କରିଥିଲା ବଡ ଭାଇ

ଟିଟିଲାଗଡ,୯/୮/(ଜେଏନଏସ),ପରିବାର ରେ ନାବାଳକ ଭାଇଙ୍କ ମଧ୍ୟରେ ତିତକ୍ତା ବୃଦ୍ଧି ପାଇ ହତ୍ୟାକାଣ୍ଡ ଭଳି ଏକ ଜଘନ୍ୟ ଅପରାଧ ଘଟିଯାଇଥିବା ଘଟଣା ଟିଟିଲାଗଡ ରେ ଦେଖିବାକୁ ମିଳିଛି।ଟିଟିଲାଗଡ ସହର ହାଟପଦା ଗୋରୁବଜାର ପଡ଼ା ନିବାସୀ ମାନସୀ ପୋଢ଼ ଓ ଚେରୁ ପୋଢ଼ ଙ୍କ ୧୨ ବର୍ଷ ର ନାବାଳକ ପୁଅ ଗତ ଜୁନ ମାସ ୨୭ ତାରିଖ ରୁ ନିଖୋଜ ଥିବା ନେଇ ପରିବାର ଲୋକେ ଜୁନ ୨୮ ତାରିଖରେ ଟିଟିଲାଗଡ ଥାନା ରେ ଅଭିଯୋଗ କରିଥିଲେ।ଅଭିଯୋଗ ପରେ ପୁଲିସ ଥାନା କେସ ନଂ ୨୦୬/୨୦୨୫ ଅନ୍ତର୍ଗତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।ବିଭିନ୍ନ ଦିଗ କୁ ନେଇ ତଦନ୍ତ କରିବା ପରେ ଘଟଣା ଦିନ ମୃତ ନାବାଳକ ର ବଡଭାଇ ଫିନାଇଲ ରେ ଘର ସଫା କରୁଥିବା ନେଇ ପୁଲିସ ତାଙ୍କ ମାଆଙ୍କ ଠାରୁ ଜାଣିବାକୁ ପାଇଥିଲା।ପୁଲିସ ତାକୁ ସନ୍ଦେହ ରେ ଆଣି ଜେରା କରିବା ପରେ ସେ ନିଜ ଭାଇ କୁ ହତ୍ୟା କରିଥିବା ସ୍ବୀକାର କରିଥିଲା। ପରିବାର ଲୋକେ ତାକୁ ଅଣଦେଖା କରୁଥିବା ଓ ସାନ ଭାଇ କୁ ବେଶି ଗୁରୁତ୍ଵ ଦେଉଥିବା ତାକୁ ଅସହ୍ୟ ବୋଧ ହୋଇଥିଲା।ସାନ ଭାଇ ପ୍ରତି ତା ମନ ଭିତରେ ଚାପି ରହିଥିବା ବିଦ୍ୱେଷ ତିକ୍ତତା ର ଚରମ ସୀମା ଟପିଥିଲା ।ଘଟଣା ଦିନ ଘରେ କେହି ନ ଥିବା ସମୟରେ ସାନ ଭାଇ ଏକୁଟିଆ ପିଜୁଳି ଖାଉଥିବା ଓ ତାକୁ ନ ଦେବା ରୁ ଏକ ଛୁରୀ ଭୂଷି ସେ ସାନଭାଇ କୁ ହତ୍ୟା କରିଥିଲା।ହତ୍ୟା ପରେ ମା ର ଏକ ଶାଢ଼ୀ ରେ ଶବ କୁ ଗୋଡ଼ାଇ ଘର ପଛପଟ ଏକ ବୁଦା ମୂଳେ ଲୁଚାଇ ରଖିଥିଲା।ସେହିଦିନ ବିଳମ୍ବିତ ରାତିରେ ସମସ୍ତେ ଶୋଇବା ପରେ ଶବ କୁ ନେଇ କିଛିଦୂରରେ ଥିବା ଏକ ନାଳ ନିକଟରେ ପ୍ରାୟ ଦେଢ଼ ଫୁଟ ଗାତ ଖୋଳି ପୋତିଦେଇଥିଲା।ଶନିବାର ବଲାଙ୍ଗୀର ଏସ.ପି ଅଭିଳାଷ ଜୀ, ସାଇଣ୍ଟିଫିକ ଟିମ ସହ ଟିଟିଲାଗଡ ଗସ୍ତ ରେ ଆସି ମାଜିଷ୍ଟେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ମଙ୍ଗଳ ସିଂ ଭୋଇ ଙ୍କ ଉପସ୍ଥିତି ରେ ଅଭିଯୁକ୍ତ କୁ ଧରି କ୍ରାଇମ୍ ସିନ ରି କ୍ରିଏସନ କରିଥିଲେ।ସେଠାରୁ ପୁଲିସ ମୃତ ନାବାଳକ ର ଗଳିତ ଶବ ଜବତ କରିଥିଲା।ଘଟଣା କୁ ନେଇ ପୁଲିସ ପକ୍ଷରୁ ଟିଟିଲାଗଡ ଥାନା ରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଏସ ପି ଅଭିଳାଷ ଜି,ଥାନା ଅଧିକାରୀ କଲ୍ୟାଣୀ ବେହେରା, ଏଡ଼ିପିଓ ଯଶୋବନ୍ତ ପ୍ରଧାନୀ ହତ୍ୟାକାଣ୍ଡ ର ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଅଭିଯୁକ୍ତ ନାବାଳକ କୁ ଜୁବେନାଲ କୋର୍ଟ ରେ ହାଜର କରାଯିବା କୁ ବଲାଙ୍ଗୀର ନିଆଯାଇଥିବା ପୁଲିସ ସୂଚନା ଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles