ଭାରତ ବିକାଶ ପରିଷଦ ପକ୍ଷରୁ ରକ୍ଷାବନ୍ଧନ ଉତ୍ସବ ପାଳିତ

ଟିଟିଲାଗଡ,୧୦/୮(ଜେଏନଏସ), ସ୍ଥାନୀୟ ଏସ ସି ଡି ଦିବ୍ୟାଙ୍ଗ ବିଦ୍ୟାଳୟ ପରିସରରେ ଭାରତ ବିକାଶ ପରିଷଦ “ମହିଳା ସହଭାଗିତା” ଟିଟିଲାଗଡ ଶାଖା ପକ୍ଷରୁ ରକ୍ଷା ବନ୍ଧନ ଉତ୍ସବ ପାଳିତ ହୋଇଯାଇଛି।ଅନୁଷ୍ଠାନ ର ସଦସ୍ୟ ମାନେ ଚନ୍ଦନ ସିନ୍ଦୂର ଦେଇ ଏବଂ ପ୍ରଦୀପ ପ୍ରଜ୍ବଳନ କରି ୭୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଙ୍କୁ ରାକ୍ଷୀ ବାନ୍ଧିଥିଲେ।ପ୍ରାନ୍ତୀୟ ଉପସଭାପତି ଡ଼ ଛାୟାକାନ୍ତ ଷଡ଼ଙ୍ଗୀ,ମହିଳା ଓ ବାଳ ବିକାଶ ସଂଯୋଜିକା ଗୀତାଞ୍ଜଳି ଭୋଇ,ଶାଖା ସଭାପତି ଉମେଶ ଚନ୍ଦ୍ର ଦାଶ,ସମ୍ପାଦକ କିଶୋର ମହାପାତ୍ର,ସେବା ସଂଯୋଜକ ଅଖିଳ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଧନଞ୍ଜୟ ବେହେରା,ରତ୍ନାକର ସାହୁ,ମିନାକ୍ଷୀ ସାହୁ,ଜୟଶ୍ରୀ ମହାପାତ୍ର,ସ୍ନିଗ୍ଧା ଷଡ଼ଙ୍ଗୀ,ରେଣୁ ବଗର୍ତ୍ତି, ଅଞ୍ଜଳା ପରମଗୁରୁ,ବବିତା ହିମରିକା, ମୋନା ବେହେରା ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles