ଟିଟିଲାଗଡ,(ଜେଏନଏସ), ଟିଟିଲାଗଡ ପୌର ପରିଷଦ ପକ୍ଷରୁ ଗୁରୁବାର ହରଘର ତିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମ କୁ ବିଧାୟକ ନବୀନ ଜୈନ ଉଦଘାଟନ କରିଥିଲେ।ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ଠାରୁ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ବାହାରି ସହର ପରିକ୍ରମା କରିଥିଲା।ଶୋଭାଯାତ୍ରାରେ ରେ ପୌର ଅଧ୍ୟକ୍ଷା ମମତାଦେବୀ ଜୈନ,ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ,ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାୟକ,ଅତିରିକ୍ତ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାର ପ୍ରମୁଖ ଙ୍କ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ର ଛାତ୍ରୀ ଓ ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ।ଏହିପରିପ୍ରେକ୍ଷିରେ ସ୍ଥାନୀୟ ପୌର କଲ୍ୟାଣ ମଣ୍ଡପ ପରିସରରେ ଆୟୋଜିତ ସଭା ରେ କୃତ୍ତି ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସେହିପରି ବିଜେପି ଦଳ ପକ୍ଷରୁ ମଧ୍ୟ ନଗର ସଭାପତି ସୁନିଲ ଆଚାର୍ଯ୍ୟ ଙ୍କ ନେତୃତ୍ୱରେ ଅନୁରୂପ ଭାବେ କାର୍ଯ୍ୟକ୍ରମ ପାଳିତ ହୋଇଥିଲା।ଏଥିରେ ବହୁ ଦଳୀୟ କର୍ମୀ ଓ ସ୍ଥାନୀୟ ନେତା ସାମିଲ ହୋଇଥିଲେ।