ଟ୍ରେନ ରୁ ଗଞ୍ଜେଇ ଜବତ ୩ ଗିରଫ

ଟିଟିଲାଗଡ଼,୨୪/୮(ଜେଏନଏସ),ଟିଟିଲାଗଡ ରେଳ ସୁରକ୍ଷା ବଳ ଓ ରେଳବାଇ ପୁଲିସ ର ମିଳିତ ଟିମ ରବିବାର ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ ଟ୍ରେନ ରୁ ଚୋରା ଚାଲାଣ ହେଉଥିବା ୩ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସହ ୩ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଉଭୟ ପୁଲିସ ର ମିଳିତ ଟିମ ଟିଟିଲାଗଡ ଷ୍ଟେସନ ରେ ପୁରୀ ଅହମ୍ମଦାବାଦ ଏକ୍ସପ୍ରେସ ଟ୍ରେନ ଯାଞ୍ଚ କରୁଥିବା ସମୟରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଜାଣିବାକୁ ପାଇଥିଲେ।ଘଟଣାରେ ସଂପୃକ୍ତ ଅଭିଯୁକ୍ତ କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଇନ୍ଦ୍ରମାଲ ଗ୍ରାମ ନିବାସୀ ଟଙ୍କଧର ସାହୁ(୩୨),ରାଜସ୍ଥାନ ନାଗୋରେ ଜିଲ୍ଲା କୁଚେରା ନିବାସୀ ସେହବାଜ୍ ଖାନ(୨୨) ଓ ମହାରାଷ୍ଟ୍ର ଅମରାବତୀ ଜିଲ୍ଲା ନନଗାୱିଁ ନିବାସୀ ଅବଦୁଲ ଜାୱେଦ(୪୦) ଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କ ଠାରୁ ୩.୩୨ କେଜି ଜବତ କରିଛି।ଘଟଣା କୁ ନେଇ ରେଳବାଇ ଥାନା କେସ ନଂ ୭୯/୨୦୨୫ ଏକ ମାମଲା ରୁଜୁ କରାଯିବା ସହ ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଆରପିଏଫ ଥାନା ଅଧିକାରୀ ଶ୍ରୀଭଗବାନ ପୁନିଆ, ଡି.ଏମ. ଲୁହା ଙ୍କ ସହ ଉଭୟ ପୁଲିସ ର କର୍ମଚାରୀ ସାମିଲ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles