ମେଗା ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

ଟିଟିଲାଗଡ଼,୨୪/୮(ଜେଏନଏସ),ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଜନ୍ମ ଦିବସ ଅବସରରେ ହେବାକୁ ଥିବା ମେଗା ରକ୍ତଦାନ ଶିବିରର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଟିଟିଲାଗଡ ବିଧାୟକ ନବୀନ ଜୈନ ଙ୍କ ନେତୃତ୍ୱରେ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ଏହି ମେଗା ରକ୍ତଦାନ ଶିବିର କୁ ସଫଳ କରିବାନେଇ ବିଭିନ୍ନ ସାମାଜିକ ସଙ୍ଗଠନ ଅଣ୍ଟା ଭିଡ଼ିଥିବା ଦେଖିବାକୁ ମିଳିଛି।ଟିଟିଲାଗଡ ସହରରେ ଥିବା ରକ୍ତ ଭଣ୍ଡାରରେ ନିୟମିତ ରକ୍ତ ଅଭାବ ଲାଗି ରହୁଥିବା ବେଳେ ବିଧାୟକ ଙ୍କ ଏହି ପ୍ରୟାସ କୁ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ସ୍ଵାଗତ କରାଯାଇଛି।ଏହି ପରିପ୍ରେକ୍ଷୀରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକ ରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ର ପ୍ରତିନିଧି,ବୁଦ୍ଧିଜୀବୀ ଉପସ୍ଥିତ ରହିବା ସହ ଶିବିର କୁ ସଫଳ କରି ଏହି ଦିନ କୁ ସ୍ମରଣୀୟ କରିବାକୁ ସଂକଳ୍ପ ନେଇଥଲେ।ବିଧାୟକ ଶ୍ରୀ ଜୈନ ସମସ୍ତ ଙ୍କ ଉତ୍ସାହ କୁ ନେଇ କୃତଜ୍ଞତା ଜ୍ଞାପନ କରିବାସହ କାର୍ଯ୍ୟକ୍ରମ ସଫଳ କରିବାକୁ ସମସ୍ତ ଙ୍କୁ ନିବେଦନ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles