ଅଣସଂଗଠିତ ଶ୍ରମିକ ଙ୍କ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ

ଟିଟିଲାଗଡ,୦୩/୯(ଜେଏନଏସ), ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାରେନ ଗ୍ରାମ ଠାରେ ଜନ ଜାଗରଣ ଦାଦନ ସଂଗଠନ ଓ ଆକ୍ସନଏଡ ଅନୁଷ୍ଠାନ ପକ୍ଷରୁ ଜିଲ୍ଲାସ୍ତରୀୟ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ କାର୍ଯ୍ୟକ୍ରମ ରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନମିତା ଭୋଇ,ଅତିରିକ୍ତ ଶ୍ରମ ଅଧିକାରୀ ରଜନୀକାନ୍ତ ଛତ୍ରିଆ,ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ବନଜାବାସିନୀ ଦାସ,ବରିଷ୍ଠ ସ୍ତମ୍ବକାରକ ସୁଦର୍ଶନ ଛୋଟରାୟ,ଟିଟିଲାଗଡ ବଣିକ ସଂଘ ସଭାପତି ଶମ୍ଭୁ ଗୋୟଲ୍ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଶ୍ରମିକ ଙ୍କୁ ନୂଆଖାଇ ପର୍ବ ର ଶୁଭେଚ୍ଛା ଜ୍ଞାପନ କରିଥିଲେ।ଅନୁଷ୍ଠାନ ର ଜିଲ୍ଲା ସଂଯୋଜକ ମୁରଲୀ ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ମୁଖ୍ୟଅତିଥି ଶ୍ରୀ ଜୈନ ଅଣସଂଗଠିତ ଶ୍ରମିକ ପାଇଁ ଉଦ୍ଧିଷ୍ଟ ବିଭିନ୍ନ ସରକାରୀ ଯୋଜନା ଗୁଡିକ ସମ୍ଵନ୍ଧରେ ଆଲୋକପାତ କରିବାସହ ନିଜ ଭିଟାମାଟି ନ ଛାଡ଼ି କୃଷିଭିତ୍ତିକ ଜୀବିକା ଆପଣେଇବା କୁ ଉଲ୍ଲେଖ କରିଥିଲେ।ଏହି ଅବସରରେ ଆକ୍ସନଏଡ ଦ୍ଵାରା ପ୍ରକାଶିତ ପୁସ୍ତିକ କର୍ମ ସ୍ଥଳରେ ଯୌନ ନିର୍ଯାତନା ନିବାରଣ ଆଇନ(୨୦୧୩) କୁ ଅତିଥିବୃନ୍ଦ ଉନମୋଚନ କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଫକିର ଚରଣ ରାଉତ, କମଳ ବାରିକ,ବିଳସିନୀ ପ୍ରଧାନ,ସଂଜୀବ ରଣା,ଭୂପେନ୍ଦ୍ର ରଣା, ଜ୍ୟୋତିର୍ମୟୀ ଦହଲ,ସୁଚିସ୍ମିତା ପୁରୋହିତ ପ୍ରମୁଖ ଙ୍କ ସହ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ବ୍ଲକ ରୁ ଶତାଧିକ ଅଣ ସଂଗଠିତ ଶ୍ରମିକ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ଜନଜାଗରଣ ଦାଦନ ସଂଗଠନ ସଭାପତି ନରେନ୍ଦ୍ର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles