ଟିଟିଲାଗଡ,୩/୯(ଜେଏନଏସ),ଟିଟିଲାଗଡ ବ୍ଲକ ଅଦାବାହାଲ ପଞ୍ଚାୟତ ଅନ୍ତର୍ଗତ ଚାଣ୍ଟିପଲା ଗ୍ରାମରେ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଲେଜ୍ ଏରିଆ ଅଫିସିଆଲ୍ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶିକ୍ଷକ ପ୍ରଶିକ୍ଷକ ନବୀନ ବାଗ ମୁଖ୍ୟଅତିଥି,ଶିକ୍ଷକ ନିତ୍ୟାନନ୍ଦ ଭୋଇ ମୁଖ୍ୟବକ୍ତା ଏବଂ ଶିକ୍ଷକ ବୃଷଭାନୁ ଆଡଜୁଆଡ଼,ବୃନ୍ଦାବନ କୁମ୍ଭାର,କେତନ ଗହିର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅତିଥି ଙ୍କ ଦ୍ଵାରା ପଞ୍ଚାୟତ ସ୍ତରୀୟ ପ୍ରତିଭା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଆୟୋଜକ ମଦନ ବନଛୋର ସଭା ପରିଚାଳନା କରିଥିବା ବେଳେ କୁବେର ବଛା ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ଗଣେଶ ପୂଜା କମିଟି ସଦସ୍ୟ ମାନେ ସହଯୋଗ କରିଥିଲେ।