ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ଼,୬/୯(ଜେଏନଏସ),ଟିଟିଲାଗଡ଼ ଦେଶିଲ ଗ୍ରାମ ଠାରେ ସ୍ଥିତ ସିଦ୍ଧି ବିନାୟକ ବିଦ୍ୟା ମନ୍ଦିର ବିଦ୍ୟାଳୟରେ ଶନିବାର ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟଅତିଥି,ସହାୟକ ଜିଲ୍ଲାପାଳ ମଙ୍ଗଲ ସିଂଭୋଇ, ବରିଷ୍ଠ ସାମ୍ବାଦିକ ମାନସ ରଞ୍ଜନ ମହାନ୍ତି,ଆଶା ଅନୁଷ୍ଠାନ ସମ୍ପାଦକ ସଞ୍ଜୀବ ପଟ୍ଟନାୟକ,ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବ୍ଲକ ଶାଖା ସଭାପତି ପଦ୍ମନ ପ୍ରଧାନୀ, ବିଦ୍ୟାଳୟ ର ନିର୍ଦେଶକ ସୁଧିର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାଗିରଥି ବିଶି ସଭା ପରିଚାଳନା କରିଥିଲେ। ଏହି ଅବସରରେ ନିଟ ପରୀକ୍ଷାରେ ୧୧୧ ପାହ୍ୟ ରେ କୃତ୍ତକାର୍ଯ୍ୟ ହୋଇଥିବା ହୋଇ ବୁର୍ଲା ଭିଏସଏସ ମେଡିକାଲ କଲେଜରେ ଡାକ୍ତରୀ ପାଠ ପଢିବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବିଷ୍ଣୁ ମାଝୀ ଙ୍କୁ ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ।ସାଂସଦ ଶ୍ରୀ ବିଶି ସ୍ଥାନୀୟ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ଆଦିବାସୀ ସଂଘ ନଗର ସଭାପତି ନିତ୍ୟାନନ୍ଦ ମାଝୀ, ଘାସିରାମ ମାଝୀ, ଇନ୍ଦ୍ରମଣି ମାଝୀ, ସୁଶିଲ ଭୋଇ, ଶୁକଦେବ ପ୍ରଧାନୀ, ତପନ ପ୍ରଧାନୀ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଲଲିତ ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles