ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ

ଟିଟିଲାଗଡ,୮/୯(ଜେଏନଏସ), ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଜଗୁଆ ଗ୍ରାମ କଲ୍ୟାଣ ମଣ୍ଡପ ପରିସରରେ ଲକ୍ଷେଘର ଗଣ୍ଡା ସମାଜ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ସଭାପତି ଅର୍ଜୁନ ନାଗ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଆଶା କିରଣ ଗ୍ରୁଫ ସିଏମଡି ମନମୋହନ କୁମାର ମୁଖ୍ୟଅତିଥି,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭରତ ତାଣ୍ଡି, ପାଓମେକ୍ସ କାରଖାନା ସିପିଙ୍ଗ ମ୍ୟାନେଜର ଦୁର୍ଯୋଧନ ଜାଲ, ବୃନ୍ଦାବନ କୁମ୍ଭାର, ଅର୍ଜୁନ ଛୁରା,ବାବୁଲି ଜାଲ,ସୁନିଲ ତାଣ୍ଡି, ଲକ୍ଷ୍ମୀ ଛତ୍ରିଆ,ଝରୁ ଜଗତ,ଟଙ୍କଧର ତାଣ୍ଡି,ଧୁବ ହରପାଲ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ।ଗଣପର୍ବ ନୂଆଖାଇ ସ୍ନେହ,ପ୍ରେମ ର ଡୋରି ରେ ପରସ୍ପର କୁ ଏକ ସୂତ୍ରରେ ବାନ୍ଧି ରଖିଥାଏ ବୋଲି ଅତିଥିବୃନ୍ଦ ଉଲ୍ଲେଖ କରିଥିଲେ।ସଂଘ ସମ୍ପାଦକ ଇନ୍ଦ୍ରମଣି ବାଗ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି କିଶନ ନାଗ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଏହି ଅବସରରେ ବିଭିନ୍ନ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ହୀରା ତାଣ୍ଡି, ହରିଶଙ୍କର ନାଗ,କୈବର୍ତ୍ତ ବାଗ,ନାରାୟଣ ନାଗ,ବ୍ରଜ ଟାକ୍ରୀ,ମନୋରଞ୍ଜନ ବାଗ,ଜ୍ୟୋତି ବିଶି,ସବନ ଶିକା ,ତୀର୍ଥ ନାଗ,ଜୟଦେବ ନାଗ,ଦାଗଲ ସାଗର ବିଶ୍ବରଂଜନ ନାଗ,ଅନନ୍ତ ନାଗ,ମେଘ ନାଗ ପ୍ରମୁଖ ଙ୍କ ସହ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ସଂଘ ର ସହ ସମ୍ପାଦକ ଜିତେନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles