ଟିଟିଲାଗଡ ଡିଏଭି କଲେଜ ୫୮ ତମ ପ୍ରତିଷ୍ଠା ଦିବସ ପାଳିତ

ଟିଟିଲାଗଡ(ଜେଏନଏସ),ଟିଟିଲାଗଡ ଡ଼ିଏଭି ସ୍ଵୟଂଶାସିତ ମହାବିଦ୍ୟାଳୟର ୫୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି,ପୌରପରିଷଦ ଅଧ୍ୟକ୍ଷା ମମତା ଦେବୀ ଜୈନ ଓ ବଲାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ରେଜିଷ୍ଟ୍ରାର ହରପ୍ରସାଦ ଭୋଇ ସମ୍ମାନିତ ଅତିଥି,ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରାକ୍ତନ ପ୍ରାଧ୍ୟାପକ ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟବକ୍ତା ଏବଂ ପ୍ରଖ୍ୟାତ ଓଡ଼ିଆ ହାସ୍ୟ କବି ଅଚ୍ୟୁତ ପୁରୋହିତ ବକ୍ତା ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ। ପୂର୍ବତନ  କଲେଜ ପରିଚାଳନା କମିଟି ସଭାପତି ଡ.ଦଳ ଗୋବିନ୍ଦ ବିଶି ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ଗୋବିନ୍ଦ ମେହେର ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ।ଶିକ୍ଷାଦାନ କ୍ଷେତ୍ରରେ ଅତୁଳନୀୟ ଭୂମିକା ତୁଲାଇ ଆସିଥିବା ଏହି ମହାବିଦ୍ୟାଳୟ ରାଜ୍ୟ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ମୁଖ୍ୟ ଅତିଥି ଶ୍ରୀ ଜୈନ ଉଲ୍ଲେଖ କରିଥିଲେ।ଏଥିସହ କଲେଜ ର ବିକାଶ ପାଇଁ ଆବଶ୍ୟକୀୟ ଅନୁଦାନ ଯୋଗାଇଦେବା ସହ ସମସ୍ତ ପ୍ରକାର ସହଯୋଗ କରିବାକୁ ଶ୍ରୀ ଜୈନ କହିଥିଲେ। ଏହି ଅବସରରେ ଅତିଥି ଙ୍କ ଦ୍ଵାରା ବିଭିନ୍ନ ବିଭାଗର କୃତ୍ତି ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ସହରର ବୁଦ୍ଧିଜୀବୀ,ବିଭିନ୍ନ ସାମାଜିକ ଅନୁଷ୍ଠାନ ର ପ୍ରତିନିଧି,ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଙ୍କ ସହ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles