ଟିଟିଲାଗଡ ରେଲୱେ କଲୋନୀ ନିକଟରୁ ଗଞ୍ଜେଇ ଜବତ ୧ ଗିରଫ

ଟିଟିଲାଗଡ,୧୩/୯(ଜେଏନଏସ), ଟିଟିଲାଗଡ ପୁଲିସ ସ୍ଥାନୀୟ ରେଳବାଇ କଲୋନୀ ନିକଟରୁ ଶନିବାର ଚାଲାଣ ହେବାକୁ ଥିବା ଗଞ୍ଜେଇ ସହ ଘଟଣାରେ ସଂପୃକ୍ତ ଜଣେ ଯୁବକକୁ ଗିରଫ କରିଛି।ସୂଚନା ଅନୁଯାୟୀ ଛତିଶଗଡ ରାଜ୍ୟ ର ମୁକେଶ ପାଟୁଆ(୩୬) ନାମକ ଜଣେ ଯୁବକ ଗଞ୍ଜେଇ ଭର୍ତ୍ତି ଥିବା ବ୍ୟାଗ ସହ ରେଳବାଇ କଲୋନୀ ନିକଟରେ ଥିବା ବେଳେ ପୁଲିସ ହାବୁଡ଼ ରେ ପଡ଼ିଥିଲେ।ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଟିଟିଲାଗଡ ତହସିଲଦାର ଶୁଭାଶିଷ ଶତପଥୀ ଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରାଯାଇଥିବା ବେଳେ ଏହା ୪ କେଜି ୫୦ ଗ୍ରାମ ଥିବା ଜଣା ପଡିଥିଲା। ଅଭିଯୁକ୍ତ ମୁକେଶ କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ କଲ୍ୟାଣୀ ବେହେରା ସୂଚନା ଦେଇଛନ୍ତି।ପ୍ରକାଶ ଯୋଗ୍ୟ ଯେ ପୁଲିସ ପକ୍ଷରୁ ଆରମ୍ଭ କରାଯାଇଥିବା ଅପରେସନ ପ୍ରହାର ଅନ୍ତର୍ଗତ ନିଶା କାରବାର ପ୍ରତି ପୁଲିସ କୋଠାର ଆଭିମୁଖ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles