ଗ୍ରୀନଫିଲ୍ଡ ଷ୍ଟ୍ରିଟ ଲାଇଟ୍ ଆଲୋକି କରଣ ପ୍ରକଳ୍ପ ଉଦଘାଟିତ

0
18

ଟିଟିଲାଗଡ,୧୫/୯(ଜେଏନଏସ), ଟିଟିଲାଗଡ ପୌରପରିଷଦ ପକ୍ଷରୁ ସହର ଉପାନ୍ତରେ ଥିବା ମାତୃ ଓ ଶିଶୁ ଡାକ୍ତରଖାନା ରାସ୍ତା ରେ ଗ୍ରୀନଫିଲ୍ଡ ଷ୍ଟ୍ରିଟ ଲାଇଟ୍ ଆଲୋକିକରଣ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି।ଆୟୋଜିତ ଉଦଘାଟନୀ ଉତ୍ସବରେ ଟିଟିଲାଗଡ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି,ପୌରାଧ୍ୟକ୍ଷା ମମତାଦେବୀ ଜୈନ ଓ ପୌର ନିର୍ବାହୀ ଅଧିକାରୀ ଚନ୍ଦନ ଶତପଥୀ ସମ୍ମାନିତ ଅତିଥିଭାବେ ଯୋଗଦେଇ ପ୍ରକଳ୍ପ ର ଉଦଘାଟନ କରିଥିଲେ।ଟିଟିଲାଗଡ ସହର ମଧ୍ୟରେ ଥିବା ମାତୃ ଓ ଶିଶୁ ଡାକ୍ତରଖାନା ସହର ଉପାନ୍ତରେ ନବନିର୍ମିତ କୋଠା କୁ ସ୍ଥାନାନ୍ତର ହେବାପରେ ମଧ୍ୟ ଏହି ରାସ୍ତାରେ ଆଲୋକିକରଣ ବ୍ୟବସ୍ଥା ନ ଥିଲା। ଫଳରେ ରାତ୍ରୀ ସମୟରେ ଏହି ରାସ୍ତାଦେଇ ଯାତାୟାତ କରୁଥିବା ଯାତ୍ରୀ ଙ୍କ ସହ ରୋଗୀ,ଡାକ୍ତରଖାନା କର୍ମଚାରୀ ଓ ରୋଗୀ ଙ୍କ ପରିଜନ ଅସୁରକ୍ଷିତ ମଣୁଥିଲେ।ଏହି ରାସ୍ତାରେ ଆଲୋକିକରଣ କରାଯିବା ନେଇ ସହରବାସୀ ଙ୍କ ଦାବୀ ରହିଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ସିଟି ସ୍କୁଲ ଠାରୁ ମାତୃ ଓ ଶିଶୁ ଡାକ୍ତରଖାନା ପର୍ଯ୍ୟନ୍ତ ୧୦୮ ଟି ଷ୍ଟ୍ରିଟ ଲାଇଟ୍ ଲଗାଯାଇ ଆଲୋକିକରଣ ବ୍ୟବସ୍ଥା କରାଯାଇଛି।କାର୍ଯ୍ୟକ୍ରମ ରେ ବିଜେଡି ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ,ପୌର ପରିଷଦ କର୍ମଚାରୀ ଓ କାଉନସିଲର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here