ସାମ୍ବାଦିକ ସଂଘ ପକ୍ଷରୁ ନୂତନ ଥାନାଧିକାରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

0
27

ସଇଁତଳା,୧୯/୯(ଜେଏନଏସ),ସଇଁତଳା କାର୍ଯ୍ୟରତ ସାମ୍ବାଦିକ ସଂଘ ପକ୍ଷରୁ ଶୁକ୍ରବାର ନୂତନ ଥାନା ଅଧିକାରୀ ରଶ୍ମିତା ବେହେରା ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଓଡ଼ିଶା ସାମ୍ବାଦିକ ସଂଘ ସମ୍ପାଦକ ପ୍ରମୋଦ ସେଲମା ଓ ବ୍ଲକ ସଭାପତି ନାରାୟଣ ସାହୁ ଙ୍କ ସହ ସାମ୍ବାଦିକ ମାନେ ଶ୍ରୀମତୀ ବେହେରା ଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସ୍ଵାଗତ କରିଥିଲେ।ଏଥିସହ ପାର୍ବଣ ଋତୁ ଆରମ୍ଭ ହେଉଥିବାରୁ ସ୍ଥାନୀୟ ଅଞ୍ଚଳର ଆଇନ ଶୃଙ୍ଖଳା ସ୍ଥିତି ସମ୍ଵନ୍ଧରେ ନୂତନ ଥାନାଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ।ଅପରପକ୍ଷରେ ପୁଲିସ କୁ ଲୋକାଭିମୁଖୀ କରିବା ସହ ଅପରାଧୀକ କାର୍ଯ୍ୟକଳାପ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଶ୍ରୀମତୀ ବେହେରା ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦିକ ରାଖାଲ ଶତପଥୀ, ଆଲୋକ ସାହୁ,ଦୀପା ଶର୍ମା,ଚନ୍ଦ୍ରଭାନୁ ପ୍ରଧାନ,ରଞ୍ଜନ ବାଗ,ଲଷ୍ମୀକାନ୍ତ ସାହୁ, ଅମିତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here