ଟିଟିଲାଗଡ,୦୨/୧୦(ଜେଏନଏସ),ଭାରତୀୟ ଜୀବନ ବୀମା ନିଗମ ଅଭିକର୍ତ୍ତା ସଂଘ(ଲିଆଫୀ) ର ୬୧ ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ହୋଟେଲ ୟାସ ପରିସରରେ ଅନୁଷ୍ଠିତ ହୋଇଯାଇଛି।ଆୟୋଜିତ କାର୍ଯ୍ୟକ୍ରମ ରେ ଟିଟିଲାଗଡ ଶାଖା ସଂଘ ସଭାପତି ବୈକୁଣ୍ଠ ମେହେର,ସମ୍ପାଦକ ଅସୀମ କୁଣ୍ଡୁ,କୋଷାଧ୍ୟକ୍ଷ କ୍ଷୀରୋଦ ସାହୁ, ବରିଷ୍ଠ ଅଭିକର୍ତ୍ତା ବିଭାସ ଚନ୍ଦ୍ର କୁଣ୍ଡୁ, ମନୋଜ କୁମାର ଶତପଥୀ ପ୍ରମୁଖ ମଞ୍ଚାସିନ ଥିଲେ।ସଂଘ ସଭାପତି ଶ୍ରୀ ମେହେର ସଭା ର ସଭାପତିତ୍ବ କରିଥିବାବେଳେ ସମ୍ପାଦକ ଶ୍ରୀ କୁଣ୍ଡୁ ଏହି ଦିବସ ର ବିଶେଷତ୍ଵ ସମ୍ଵନ୍ଧରେ ଆଲୋକପାତ କରିଥିଲେ।ନିଗମ କୁ ଶୀର୍ଷ ସ୍ତରରେ ପହଞ୍ଚାଇଥିବା ଅଭିକର୍ତ୍ତା ଙ୍କୁ ପରିଚାଳନା କର୍ତ୍ତୃପକ୍ଷ ନିରନ୍ତର ଭାବେ ଅବହେଳିତ କରିଆସୁଥିବା ବେଳେ ଲିଆଫି ନିରବଚ୍ଛିନ୍ନ ଭାବରେ ଅଭିକର୍ତ୍ତା ସମୂହ ଙ୍କ ହକ ଓ ଆତ୍ମ ସମ୍ମାନ ପାଇଁ ଲଢେଇ ଜାରି ରଖିଛି।ଆଗାମୀ ଦିନରେ ଅଭିକର୍ତ୍ତା ଙ୍କ ପାଇଁ ବହୁ ଆହ୍ଵାନ ସୃଷ୍ଟି ହେଉଥିବା ନେଇ ଆଶଙ୍କା ଦେଖାଦେଇଥିବା ବେଳେ ଲୀଆଫି କୁ ଆହୁରି ଶକ୍ତିଶାଳୀ କରିବାକୁ ସାମୁହିକ ଭାବରେ ମତ ପ୍ରକାଶ ପାଇଥିଲା।ଏହି ଅବସରରେ ସଂଘ ପ୍ରତିଷ୍ଠାତା ସ୍ବର୍ଗତ ଏସ ଏସ ଅଲି,ଦେବ ମୁଦବିଦ୍ରି, ଏ.କେ.ପୁରୋକାସ୍ତ୍ୟ,ଏସ. ପି.ବାଗଚି,ଆର.ସି.ମୁଖାର୍ଜୀ, ଏଚ.ଏମ.ଜୈନ ପ୍ରମୁଖ ନେତା ଙ୍କ ଶୃତିଚାରଣ କରାଯାଇଥିଲା।କାର୍ଯ୍ୟକ୍ରମରେ ବରିଷ୍ଠ ଅଭିକର୍ତ୍ତା ପୁଷ୍କର ଖର୍ସେଲ,ଜଗଦେଶ୍ଵର ବେହେରା,ବୁଲବୁଲ ମେହେର,ସୁନ୍ଦର ଲାଲ ଶର୍ମା,ରଞ୍ଜନ ଚାନ୍ଦ,ସୁନ୍ଦରମନ ସା,ସନ୍ତୋଷ ପୁରୋହିତ,ଶିବଲାଲ ଖମାରୀ,ଜନ୍ମନାଗ,ପରମାନନ୍ଦ ଆଡଜୁଆଡ ପ୍ରମୁଖ ଉପସ୍ଥିତ ଥିଲେ।