ଟିଟିଲାଗଡ ହୋଟେଲ ମାଲିକ ହତ୍ୟା ଷଡ଼ଯନ୍ତ୍ର ଘଟଣା ଅନ୍ୟ ୨ ସହଯୋଗି ଗିରଫ

ଟିଟିଲାଗଡ,୦୯/୧୦(ଜେଏନଏସ),ଟିଟିଲାଗଡ ସହରର ସନ୍ ଭ୍ୟୂ ହୋଟେଲ ମାଲିକ ଙ୍କୁ ହତ୍ୟା ଷଡ଼ଯନ୍ତ୍ର ଘଟଣା ର ଗୁମର ଖୋଲିବା ଆରମ୍ଭ ହୋଇଛି।ଏକ ସାଧାରଣ ଦୁର୍ଘଟଣା ପରି ମନେହେଉଥିବା ଏହି ଘଟଣା ଏକ ସୁପରିକଳ୍ପିତ ହତ୍ୟା ଷଡ଼ଯନ୍ତ୍ର ଥିବା ପୁଲିସ ଉଜାଗର କରିବା ସହ ଏହାର ମାଷ୍ଟର ମାଇଣ୍ଡ ଅଙ୍କୁର ଅଗ୍ରୱାଲ କୁ ଗିରଫ କରି ଜେଲ ପଠାଇ ସାରିଛି।ଗୁରୁବାର ଏହି ଘଟଣାରେ ସଂପୃକ୍ତ ଆଉ ୨ ଜଣ ସହଯୋଗୀ ଙ୍କୁ ପୁଲିସ ଗିରଫ କରିବା ସହ ବ୍ୟବହୃତ ବୋଲେରୋ ଗାଡ଼ି କୁ ଜବତ କରିଛି।ଏହାକୁ ନେଇ ବଲାଙ୍ଗୀର ଏସ ପି ଅଭିଳାଷ ଜୀ ଆହୁତ ସାମ୍ବାଦିକ ସମ୍ମିଳନୀ ରେ ସବିଶେଷ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଏହି ଷଡ଼ଯନ୍ତ୍ର ର ମୁଖ୍ୟ କାରଣ ଏକ ତରଫା ପ୍ରେମ ବୋଲି ଜଣା ପଡ଼ିଛି।ହୋଟେଲ ମାଲିକ ଶିବ ଦୟାଲ ଙ୍କ ସ୍ତ୍ରୀ ଙ୍କୁ ଅଙ୍କୁର ଏକ ତରଫା ପ୍ରେମ କରିବା ସହ ତାଙ୍କୁ ବିଭିନ୍ନ ମାଧ୍ୟମରେ ବ୍ଲାକମେଲ କରୁଥିଲା।ଏପରିକି ରାସ୍ତା ର କଣ୍ଟା ମନେକରି ଶିବ ଦୟାଲ ଙ୍କୁ ହତ୍ୟା କରିବା ପାଇଁ ଏହି ଜଘନ୍ୟ ଷଡଯନ୍ତ୍ର ରଚିଥିବା ପୁଲିସ ସୂଚନା ଦେଇଛି।ଗରିଫ ଦୁଇ ସହଯୋଗୀ ହେଲେ ମୁରିବାହାଲ୍ ହାଟପଦା ପଡ଼ା ନିବାସୀ ନରେଶ କୁମାର ବେହେରା(୧୯) ଓ ମୁରି ବାହାଲ ଥାନା ଅନ୍ତର୍ଗତ ଡୁଙ୍ଗୁରିଗୁଡ଼ା ନିବାସୀ ଭକ୍ତବନ୍ଧୁ ଖର୍ସେଲ(୨୬)।ଘଟଣା ର ମାଷ୍ଟର ମାଇଣ୍ଡ ଅଙ୍କୁର କୁ ପୁଲିସ ରିମାଣ୍ଡ ରେ ଆଣି ଅଧିକ ତଦନ୍ତ କରିବାକୁ ସୁଚନାଦେଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles