ଟିଟିଲାଗଡ,୧୧,୧୦(ଜେଏନଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ସିହିନୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଓଆରସିସି ବବୁଲୁ ଜାଲ ଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସରିତା ବରିହା,ବିଜୟଲକ୍ଷ୍ମୀ ପଟ୍ଟନାୟକ, ଶୋଭାଗିନି ମିଶ୍ର,ସଦାଶିବ ସାହୁ,କିଶୋର ବଗର୍ତ୍ତି,ସୁନିଲ ତାଣ୍ଡି ଓ ଚନ୍ଦ୍ରକାନ୍ତ ସୁନାନୀ ପ୍ରମୁଖ ଯୋଗଦେଇ ମଞ୍ଚାସିନ ଥିଲେ।କାର୍ଯ୍ୟକ୍ରମ ଅନ୍ତର୍ଗତ ୧୧ ଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ କୃତ୍ତି ପ୍ରତିଯୋଗୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।କାର୍ଯ୍ୟକ୍ରମ ରେ କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ଶିକ୍ଷକ ଘନଶ୍ୟାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।