ଭାରତ ବିକାଶ ପରିଷଦ ପକ୍ଷରୁ “ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ” କାର୍ଯ୍ୟକ୍ରମ

ଟିଟିଲାଗଡ,୧୪/୧୦(ଜେଏନଏସ), ସ୍ଥାନୀୟ ଓମ ଭେଲି ସ୍କୁଲ ପରିସରରେ ଭାରତ ବିକାଶ ପରିଷଦ ଟିଟିଲାଗଡ ଶାଖା ପକ୍ଷରୁ “ଗୁରୁ ବନ୍ଦନ ଛାତ୍ର ଅଭିନନ୍ଦନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ପରିଷଦ ର ଶାଖା ସଭାପତି ଉମେଶ ଚନ୍ଦ୍ର ଦାଶ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ଓମଭେଲୀ ସ୍କୁଲ ନିର୍ଦ୍ଦେଶକ ରବିନ କୁମାର ପ୍ରାମାଣିକ ମୁଖ୍ୟ ଅତିଥି ଓ ପ୍ରାନ୍ତୀୟ ଉପସଭାପତି ଡ଼.ଛାୟାକାନ୍ତ ଷଡ଼ଙ୍ଗୀ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଗୁରୁ ଶିଷ୍ୟ ପରମ୍ପରା ବିଷୟରେ ବକ୍ତବ୍ୟ ରଖିଥିଲେ।ପରିଷଦ ର ମୂଳମନ୍ତ୍ର ସମ୍ପର୍କ, ସହଯୋଗ, ସଂସ୍କାର, ସେବା ଓ ସମର୍ପଣ କୁ ପାଥେୟ କରି ଦେଶ ର ସଂସ୍କୃତି ର ରକ୍ଷା କରିବା।ଏହି ଦିଗରେ ଅନୁଷ୍ଠାନ ର ନିରନ୍ତର ପ୍ରୟାସ ଜାରି ରହିଥିବା ବୋଲି ଅତିଥି ବୃନ୍ଦ ଉଲ୍ଲେଖ କରିଥିଲେ।ବରିଷ୍ଟ ସଭ୍ୟ ବ୍ରହ୍ମାନନ୍ଦ ପୁହାଣ ସଭା ପରିଚାଳନା ଓ ରାଜୀବ ଲୋଚନ ପାଢ଼ୀ ପରିଷଦ ବିଷୟରେ ସୂଚନା ପ୍ରଦାନ କରିଥିବା ବେଳେ ଅଧ୍ୟକ୍ଷ ଶ୍ରୀ ଦାସ ଅଧ୍ୟକ୍ଷୀୟ ଭାଷଣ ପ୍ରଦାନ କରିଥିଲେ।ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର କୃତ୍ତି ଛାତ୍ର ଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସେବକ ଚରଣ ଦାସ, ଜଗନ୍ନାଥ ପଣ୍ଡା,ଗୋବର୍ଦ୍ଧନ ସାହୁ,ଚିତ୍ତରଞ୍ଜନ ଚାନ୍ଦ,ଅଖିଳ ପଣ୍ଡା, ରମେଶ ପର୍ଡିଆ,ଶମ୍ଭୁ ଗୋୟଲ୍,ଈଶ୍ୱର ଜୈନ ପ୍ରମୁଖ ଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ଶେଷରେ ସମ୍ପାଦକ କିଶୋର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles