ଟିଟିଲାଗଡ,୧୭/୧୦(ଜେଏନଏସ),ନାବାର୍ଡ ମହାପ୍ରବନ୍ଧକ ସଞ୍ଜୟ କୁମାର ତାଲୁକଦା ଶୁକ୍ରବାର ଟିଟିଲାଗଡ ଗସ୍ତରେ ଆସି ଆଞ୍ଚଳିକ ସମୃଦ୍ଧି ସାଧନା ଅନୁଷ୍ଠାନ ଦ୍ଵାରା ପରିଚାଳିତ ବିଭିନ୍ନ ପ୍ରକଳ୍ପ ର ପରିଦର୍ଶନ କରିଛନ୍ତି।ଟିଟିଲାଗଡ ସ୍ଵାଗତ ଜଳ ବିଭାଜିକା ପ୍ରକଳ୍ପ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟ ଓ ଚାଷଜମି ଦେଖିବା ସହ ସଂପୃକ୍ତ ଚାଷୀ ଙ୍କ ସହିତ ଉନ୍ନତ ଚାଷ ପ୍ରଣାଳୀ ବିଷୟରେ ଶ୍ରୀ ତାଲୁକଦା ଆଲୋଚନା କରିଥିଲେ। ଏଥିସହ ଜୈବିକ ଖତ ପ୍ରସ୍ତୁତି ପ୍ରଣାଳୀ,ବ୍ୟବହାର ପ୍ରକ୍ରିୟା ଓ ଏହାର ଉପକାରିତା ସମ୍ଵନ୍ଧରେ ଚାଷୀ ଙ୍କୁ ଅବଗତ କରାଯାଇଥିଲା।ଏହି ଅବସରରେ ଜାଡେନ ଏଫପିଓ ର ଦୀପାବଳୀ ଷ୍ଟଲ କୁ ମହାପ୍ରବନ୍ଧକ ଉଦଘାଟନ କରିଥିଲେ।କାର୍ଯ୍ୟକ୍ରମରେ ଉପ ମହାପ୍ରବନ୍ଧକ ଡ଼.ସମୀର ସାମନ୍ତରାୟ,ଜିଲ୍ଲା ବିକାଶ ଅଧିକାରୀ ବିବେକ ନାୟକ, ଆଶା ଅନୁଷ୍ଠାନ ର ସମ୍ପାଦକ ସଞ୍ଜୀବ ପଟ୍ଟନାୟକ ପ୍ରମୁଖ ଙ୍କ ସହ ଜାଡେନ୍ ଏଫ୍.ପି.ଓ ଅଧ୍ୟକ୍ଷା ମଧୁମିତା ପଟ୍ଟନାୟକ,କୃଷକ ଉନ୍ନୟନ ଏଫ୍.ପି.ଓ ଅଧ୍ୟକ୍ଷ ଗୁପ୍ତେଶ୍ୱର ମାଝୀ, ସମ୍ବଳଶକ୍ତି ଅଧ୍ୟକ୍ଷ କାଳିନ୍ଦ୍ରି ରଣା ଓ ଆଶା ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।