ଟିଟିଲାଗଡ ରେଳ ଷ୍ଟେସନ ରୁ ୯୦ ଲକ୍ଷ ଜବତ ୨ ଅଟକ

ଟିଟିଲାଗଡ,୧୮/୧୦(ଜେଏନଏସ),ଟିଟିଲାଗଡ ରେଳବାଇ ପୁଲିସ ର ମିଳିତ ଟିମ ଦୁଇଟି ପୃଥକ ମାମଲାରେ ୯୦ ଲକ୍ଷ ଟଙ୍କା ଜବତ କରିବାସହ ଘଟଣାରେ ସଂପୃକ୍ତ ୨ ଜଣ ଅଭିଯୁକ୍ତ ଙ୍କୁ ଅଟକ ରଖିଛି।ସୂଚନା ଅନୁଯାୟୀ ଶୁକ୍ରବାର ପ୍ରାତଃ ୬ ଘଣ୍ଟା ସମୟରେ ଟ୍ରେନ ନଂ ୨୨୮୩୮ ଧରତୀ ଆବା ଏକ୍ସପ୍ରେସ ରେ ଆରପିଏଫ ର ମିଳିତ ଟିମ ନିୟମିତ ଯାଞ୍ଚ କରୁଥିବା ସମୟରେ ୨ ଜଣ ଯୁବକ ଙ୍କୁ ସନ୍ଦେହ ରେ ଜେରା କରିଥିଲା।ସେମାନଙ୍କ ପାଖରେ ଥିବା ଏକ ନୀଳ ରଙ୍ଗର ବ୍ୟାଗ ଯାଞ୍ଚ କରାଯିବାରୁ ସେଥିରେ ନଗଦ ୭୦ ଲକ୍ଷ ଟଙ୍କା ରହିଥିବା ଜଣାପଡିଥିଲା।ଏତେ ପରିମାଣ ରେ ଟଙ୍କା କୁ ନେଇ ସଂପୃକ୍ତ ଯୁବକ ଦ୍ବୟ କୌଣସି ବୈଧ କାଗଜ ପତ୍ର କିମ୍ବା ରେକର୍ଡ ଦେଖାଇ ପାରି ନ ଥିବା ଯୋଗୁଁ ପୁଲିସ ଉଭୟ ଙ୍କୁ ଜବତ ଟଙ୍କା ସହ ଅଟକ ରଖିଛି। ସଂପୃକ୍ତ ଅଭିଯୁକ୍ତ ଦ୍ବୟ ବିହାର ରାଜ୍ୟ ପତେହପୁର ଥାନା ଅନ୍ତର୍ଗତ ବାଜଡା ଗ୍ରାମ ର ଉମେଶ ପ୍ରସାଦ(୫୬) ଓ ଝାରଖଣ୍ଡ ରାଜ୍ୟ ଆରକି ଥାନା ଅନ୍ତର୍ଗତ ପୂର୍ଣାନଗର ନିବାସୀ ପ୍ରଭାତ କୁମାର ସାହୁ(୨୯) ବୋଲି ପୁଲିସ ସୂଚନା ଦେଇଛି।ଘଟଣା କୁ ନେଇ ପୁଲିସ ସମ୍ବଲପୁର ଆୟକର ବିଭାଗ କୁ ଅବଗତ କରିଛି। ଆୟକର ବିଭାଗ ର ତଦନ୍ତ ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ସେହିପରି ଆଉ ଏକ ଅନୁରୂପ ମାମଲା ରେ ଟ୍ରେନ ନମ୍ବର ୧୮୭୫୩ ଭଗତ କି କୋଠୀ ଏକ୍ସପ୍ରେସ ରୁ ପୁଲିସ ଜଣେ ବ୍ୟକ୍ତି ଙ୍କ ଠାରୁ ୨୦ ଲକ୍ଷ ନଗଦ ଟଙ୍କା ଭର୍ତ୍ତି ବ୍ୟାଗ ଜବତ ସହ ସଂପୃକ୍ତ ବ୍ୟକ୍ତି ଙ୍କୁ ଅଟକ ରଖି ଜେରା କରିଥିଲା।ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମହାବୀର ପଡ଼ା ନିବାସୀ ନରେଶ କୁମାର ଅଗ୍ରୱାଲ(୫୬) ଟଙ୍କା ଭର୍ତ୍ତି ବ୍ୟାଗ ସହ ଯାତ୍ରା କରୁଥିବା ବେଳେ ପୁଲିସ ଟିମ୍ ହାବୁଡ ରେ ପଡ଼ିଥିଲେ।ତେବେ ସେ ତାଙ୍କ ଭଣଜା ର ବାହାଘର ପାଇଁ ପୋଷାକ ଓ ଅଳଙ୍କାର କିଣିବାକୁ ଟଙ୍କା ନେଇ ରାୟପୁର ଯାଉଥିବା ନେଇ ପୁଲିସ କୁ କହିଥିଲେ। ପୁଲିସ ପକ୍ଷରୁ ଆୟକର ବିଭାଗ କୁ ଅବଗତ କରାଯାଇ ଆବଶ୍ୟକୀୟ ତଦନ୍ତ ପରେ ସଂପୃକ୍ତ ବ୍ୟବସାୟୀ ଙ୍କୁ ଜବତ ଟଙ୍କା ଫେରସ୍ତ ସହ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି।ପୁଲିସ ଯାଞ୍ଚ ଟିମ ରେ ଏ ଏସ ଆଇ କେ.ଏସ.ପ୍ରକାଶ,ହନୁମାନ ସିଂ, ଶୈଳେନ୍ଦ୍ର କୁମାର, ଅଶୋକ ବେହେରା ପ୍ରମୁଖ ସାମିଲ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles