୯ ଲକ୍ଷ ରୁ ଉର୍ଦ୍ଧ ଭତ୍ତା ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ ୬ ଗିରଫ

ଟିଟିଲାଗଡ଼,୨୪/୧୦(ଜେଏନଏସ),ଟିଟିଲାଗଡ ପୁଲିସ ଗତ ୨୧ ତାରିଖରେ ସରକାରୀ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଲୁଟ ମାମଲା ର ପର୍ଦ୍ଦାଫାଶ ସହ ଘଟଣାର ମାଷ୍ଟର ମାଇଣ୍ଡ ଓ ସହଯୋଗୀ ଦୃର୍ବୁତ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଘଟଣା କୁ ନେଇ ଶୁକ୍ରବାର ସ୍ଥାନୀୟ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ କଲ୍ୟାଣୀ ବେହେରା ସବିଶେଷ ସୂଚନା ଦେଇଛନ୍ତି।ସୂଚନା ଅନୁଯାୟୀ ଗତ ୨୧ ତାରିଖ ଦିନ ମୁରିବହାଲ ବ୍ଲକ ଅନ୍ତର୍ଗତ ଟୁପାଉଡା ପଞ୍ଚାୟତ ର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ନାଗ ଡାଟା ଅପରେଟର ସେବନ୍ତ ବାଗ ଙ୍କୁ ଭତ୍ତା ବଣ୍ଟନ ଟଙ୍କା ଉଠାଣ ପାଇଁ ଟିଟିଲାଗଡ ଏକ୍ସିସ ବ୍ୟାଙ୍କ ର ୯ ଲକ୍ଷ୍ ୭୫ ହଜାର ୮୦୦ ଟଙ୍କା ର ତିନୋଟି ଚେକ୍ ଦେଇଥିଲେ।ଏତେ ଟଙ୍କା ବ୍ୟାଙ୍କ ରୁ ଏକୁଟିଆ ଆଣିବା ବିପଦ ମଣି ଶ୍ରୀ ବାଗ ସମ୍ପର୍କୀୟ ଭଣଜା ମନୋଜ ବଛା କୁ ସାଙ୍ଗରେ ଯିବା କୁ କହିଥିଲେ।୨୧ ତାରିଖ ରେ ଉଭୟେ ବ୍ୟାଙ୍କ ରୁ ଟଙ୍କା ଉଠାଇ ଏକ ବାଇକ ରେ ଫେରୁଥିବା ବେଳେ ଭାଟିପଡା ଠାରେ ୮ ଜଣ ଦୃର୍ବୁତ୍ତ ତାଙ୍କୁ ମାରଣାସ୍ତ୍ର ଦେଖାଇ ଟଙ୍କା ଭର୍ତ୍ତି ବ୍ୟାଗ କୁ ଲୁଟି ଫେରାର ମାରିଥିଲେ। ଘଟଣା କୁ ନେଇ ଟୁପାଉଡା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ବାଗ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗ ଭିତ୍ତି ରେ ପୁଲିସ ଥାନା କେସ ନଂ୩୭୬ /୨୦୨୫ ଏକ ମାମଲା ରୁଜୁ କରି ତଦନ୍ତ କୁ ବ୍ୟାପକ କରିଥିଲା।ତେବେ ଅଳ୍ପଦିନ ମଧ୍ୟରେ ପୁଲିସ ଘଟଣା ର ରହସ୍ୟ ଉନ୍ନମୋଚନ କରିବାରେ ସଫଳ ହୋଇଛି।ଟଙ୍କା ଲୋଭରେ ଡାଟା ଅପରେଟର ଙ୍କ ଭଣଜା ମନୋଜ ଛୁରା ଉକ୍ତ ଟଙ୍କା କୁ ଲୁଟ କରିବାକୁ ଯୋଜନା କରି ତା ସାଥୀ ମାନଙ୍କୁ ନିୟୋଜିତ କରିଥିବା ଜଣାପଡିଛି।ଯୋଜନା ମୁତାବକ ଦୃର୍ବୁତ୍ତ ମାନେ ଟଙ୍କା ଲୁଟିନେବାରେ ସଫଳ ହୋଇଥିବା ବେଳେ ମନୋଜ ର ମୋବାଇଲ୍ ଫୋନ୍ ରୁ ମିଳିଥିବା ତଥ୍ୟ ଆଧାର ରେ ପୁଲିସ କୁ ସଫଳତା ମିଳିଛି।ପୁଲିସ ତଦନ୍ତ କରି ମାମଲାରେ ସଂପୃକ୍ତ କୁମୁଡ଼ା ଗ୍ରାମର ଭୁବନ ହାତୀ ଓ ଦିଲୀପ ଖର୍ସେଲ,ଟିଟିଲାଗଡ ଦେବନ୍ଧପଡ଼ା ର ତୁଷାର ପଟ୍ଟନାୟକ ଓ ଓମ ପ୍ରକାଶ ଦାସ,ଶିରଭଟ୍ଟା ପଡ଼ା ର ବିଜୟ ଦାସ,ଜାମକାନି ଗାଁ ର ମନୋଜ ବଛା, ପ୍ରମୁଖ ଙ୍କୁ ଗିରଫ କରିଥିବା ବେଳେ ଆଉ ୨ ଜଣ ସହଯୋଗୀ ଶ୍ରୀକାନ୍ତ ମିଶ୍ର ଓ ଆନନ୍ଦ ଦାସ ଫେରାର ରହିଥିବା ପୁଲିସ ସୂଚନା ଦେଇଛି।ଏଥିସହ ଅଭିଯୁକ୍ତ ଙ୍କ ଠାରୁ ୨ ଲକ୍ଷ ୮୦ ହଜାର ନଗଦ ଟଙ୍କା ଉଦ୍ଧାର କରାଯିବା ସହ ୫ ଟି ମୋବାଇଲ,ଗୋଟିଏ ସ୍କୁଟି,ଛୁରୀ ଆଦି ପୁଲିସ ଜବତ କରିଛି।ଆହୁତସାମ୍ବାଦିକ ସମ୍ମିଳନୀ ରେ ଏସ ଆଇ ପ୍ରଦୀପ ଦୁରିଆ,ଖଗେଶ୍ବର ମାଝୀ, ଏ ଏସ ଆଇ ବି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।ସାମ୍ବାଦିକ ସମ୍ମିଳନୀ ପରେ ସମସ୍ତ ଗିରଫ ଅଭିଯୁକ୍ତ ଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles