ନାରେନ ହାଇସ୍କୁଲ ରେ ସାଇବର ସଚେତନତା କାର୍ଯ୍ୟକ୍ରମ

0
59

ଟିଟିଲାଗଡ,୨୮/୧୦(ଜେଏନଏସ),ଟିଟିଲାଗଡ ବ୍ଲକ ଅନ୍ତର୍ଗତ ନାରେନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସାଇବର ସୁରକ୍ଷା ଅଭିଯାନ ଓଡ଼ିଶା -୨୦୨୫ କାର୍ଯ୍ୟକ୍ରମ ଅନ୍ତର୍ଗତ ଆୟୋଜିତ ଏହି ଶିବିରରେ ଟିଟିଲାଗଡ ଏସଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନୀ ଓ ଥାନା ଅଧିକାରୀ କଲ୍ୟାଣୀ ବେହେରା ଯୋଗଦେଇ ସାଇବର ଠକେଇ ତଥା ଅପରାଧ ସମ୍ଵନ୍ଧରେ ସଚେତନ କରିଥିଲେ।ଇଣ୍ଟରନେଟ ବ୍ୟବହାର ସମୟରେ ସତର୍କତା ଅବଲମ୍ବନ କରିବା,ବିଭିନ୍ନ ଗେମିଂଙ୍ଗ ଆପ୍ଲିକେସନ୍ ଓ ଅଜଣା ୟୁପିଆଇ ଲିଙ୍କ ଠାରୁ ଦୂରେଇ ରହିବା ଏବଂ ଆବଶ୍ୟକ ସ୍ଥଳେ ପୁଲିସ ର ସାହାଯ୍ୟ ନେବା ପାଇଁ ପୁଲିସ ପକ୍ଷରୁ ଛାତ୍ର ଛାତ୍ରୀ ଙ୍କୁ ଅବଗତ କରାଯାଇଥିଲା।ବିଦ୍ୟାଳୟ ର ସହକାରୀ ଶିକ୍ଷକ ଧରଣୀଧର ବେହେରା ସଭା ପରିଚାଳନା କରିଥିବା ବେଳେ ବରିଷ୍ଟ ଶିକ୍ଷକ ବ୍ରହ୍ମାନନ୍ଦ ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ ଓ ପୁଲିସ କର୍ମଚାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here