ଭିଜିଲାନ୍ସ ଜାଲରେ ଟିଟିଲାଗଡ ସହକାରୀ ଜିଏସଟି ଅଧିକାରୀ

ଟିଟିଲାଗଡ଼,୨୯/୧୦(ଜେଏନଏସ), ରାଜ୍ୟ ସରକାର ଦୁର୍ନୀତି ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ଆପଣେଇଥିବା ସହ ଏହା ବିରୁଦ୍ଧରେ କଡା ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଏଥିରେ ଅଙ୍କୁଶ ଲଗାଯାଇ ପାରୁନାହିଁ।ରାଜ୍ୟ ବ୍ୟାପି ଦୁର୍ନୀତି ନିବାରଣ ସପ୍ତାହ ପାଳିତ ହେଉଥିବା ବେଳେ ମୋଟା ଅଙ୍କ ର ଦରମା ପାଉଥିବା ସରକାରୀ ବାବୁ ୧୨ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରା ପଡ଼ିଥିବା ଦେଖିବାକୁ ମିଳିଛି।ସୂଚନା ଅନୁଯାୟୀ ଗଣ୍ଡପତ୍ରାପାଲି ର ରମେଶ ବସ୍ତିଆ ନାମକ ଜଣେ ବ୍ୟବସାୟୀ ଙ୍କ ଟ୍ୟାକ୍ସ ଭରଣା ରେ ବିଳମ୍ବ କୁ ନେଇ ତାଙ୍କୁ ୨୩ ହଜାର ୬ ଶହ ଟଙ୍କା ଜରିମାନା କରାଯାଇଥିଲା।ଟିଟିଲାଗଡ ସହକାରୀ ଜିଏସଟି ଅଧିକାରୀ ଉମାକାନ୍ତ ମହାକୁର ଏହି ଜରିମାନା ଅର୍ଥ କୁ ସମ୍ପୂର୍ଣ୍ଣ ଉଡାଇ ଦେବା ବଦଳରେ ରମେଶ ଙ୍କୁ ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।ଏନେଇ ରମେଶ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ।ବୁଧବାର ଶ୍ରୀ ମହାକୁର ରମେଶଙ୍କ ଠାରୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ଅଧିକାରୀ ଙ୍କ ହାବୁଡ଼ ରେ ପଡ଼ିଥିଲେ।ଭିଜିଲାନ୍ସ ବିଭାଗ ପକ୍ଷରୁ ଟିଟିଲାଗଡ ଜିଏସଟି କାର୍ଯ୍ୟାଳୟ ସମେତ ସଂପୃକ୍ତ ଅଧିକାରୀଙ୍କ ବଲାଙ୍ଗୀର ସ୍ଥିତ ଘରେ ମଧ୍ୟ ଚଢ଼ାଉ କରାଯାଇଛି।ଏହି ଚଢ଼ାଉରେ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଡ଼ିଏସପି ପୁଲସ୍ତି ଛତ୍ରିଆ,ସମ୍ବଲପୁର ଆଇଆଇସି ଦିଲୀପ ପ୍ରଧାନ,ସୋନିଆ ବୁଡ଼େକ ପ୍ରମୁଖ ଙ୍କ ସହ ବିଭାଗୀୟ ଅଧିକାରୀ ସାମିଲ ଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles