ଟିଟିଲାଗଡ ରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମେଳା

ଟିଟିଲାଗଡ଼,୧୨/୧୧(ଜେଏନଏସ),ଟିଟିଲାଗଡ ସହରର ମିଶନ ଶକ୍ତି ହାଟ ପରିସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟଅତିଥି, ବ୍ଲକ ଅଧ୍ୟକ୍ଷା ସଂଯୁକ୍ତା ନାଏକ,ବ୍ଲକ ଉପାଧ୍ୟକ୍ଷ ଜଗତ ରାମ ରଣା,ଜିଲ୍ଲା ପ୍ରାଣୀସମ୍ପଦ ବିଭାଗ ଅଧିକାରୀ ଡ଼.ସାରଦା ପ୍ରସାଦ ରଞ୍ଜନ ସିଂବରିହା,ଜିଲ୍ଲା ମତ୍ସ୍ୟ ସମ୍ପଦ ଅଧିକାରୀ ପ୍ରଫୁଲ୍ଲ କହଁର,ଜିଲ୍ଲା ପରିଷଦ ସଭ୍ୟା ଗୀତା ବିଶି, ଟିକି ପୋଢ଼, ସଞ୍ଜୟ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉପସ୍ଥିତ ଚାଷୀ ଙ୍କୁ ଉତ୍ସାହିତ କରିଥିଲେ।ଟିଟିଲାଗଡ଼ ସହକାରୀ ମତ୍ସ୍ୟ ଅଧିକାରୀ ଓମକାର ପାତ୍ର ସଭା ପରିଚାଳନା କରିଥିବାବେଳେ ବିଡ଼ିଓ ଚନ୍ଦ୍ରମଣୀ ନାଗ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ରାଜ୍ୟମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଭାସି ମାଧ୍ୟମରେ ରାଜ୍ୟ ସରକାର ଙ୍କ ଉପଲବ୍ଧ ବିଭିନ୍ନ ଯୋଜନା ସମ୍ଵନ୍ଧରେ ଚାଷୀ ଙ୍କୁ ଅବଗତ କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ଜୈନ ରାଜ୍ୟ ସରକାର କୃଷି ଓ କୃଷକ ଙ୍କ ପାଇଁ ସମର୍ପିତ ବୋଲି କହିଥିଲେ।ଏହି ଅବସରରେ ବ୍ଲକ ଅନ୍ତର୍ଗତ ବିଭିନ୍ନ ସଫଳ ମତ୍ସ୍ୟ,ଛେଳି ଓ କୁକୁଡ଼ା ଚାଷୀ ତଥା ଗୋପାଳକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ, ପୂର୍ବତନ ସଭାପତି ହରି ନାରାୟଣ ମିଶ୍ର, ସରପଞ୍ଚ ରୁପଧର ଘିଭେଲା,ପୂର୍ବତନ ସରପଞ୍ଚ ଦୟାରାମ ଅଗ୍ରୱାଲ, ଗୋଲକ ବିହାରୀ ସିଂ ଭୋଇ,କୃଷ୍ଣ ଚନ୍ଦ୍ର ହାତୀ, ବାଳକୃଷ୍ଣ ସାଣ୍ଡ, ପ୍ରମୁଖ ଉପସ୍ଥିତ ଥିଲେ। ଟିଟିଲାଗଡ଼ ପ୍ରାଣୀ ଚିକିତ୍ସକ ନିହାର ରଞ୍ଜନ ଦେବତା, ଡ. ସଂଗୀତା ବାଇକାୟୀ,ସରୋଜ ତ୍ରିପାଠୀ,ଜ୍ୟୋତ୍ସ୍ନା ମୟୀ ଶତପଥୀ, ନିରାକାର ଭୋଇ,ଆନନ୍ଦ ସାମନ୍ତରାୟ, ସହକାରୀ କୃଷି ଅଧିକାରୀ ରୀତିକ ରାୟ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।କାର୍ଯ୍ୟକ୍ରମ ଶେଷ ରେ  ଗୋଷ୍ଠୀ ପ୍ରାଣୀ ସମ୍ପଦ ଅଧିକାରୀ ପ୍ରମୋଦ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles