ଜନ୍ମମାଟି ଟିଟିଲାଗଡ ରେ ହ୍ୟୁମାନ ଙ୍କୁ ଅଶ୍ରୁଳ ବିଦାୟ

ଟିଟିଲାଗଡ,୧୮/୧୧(ଜେଏନଏସ),ଓଲିଉଡ ର ଉଦୟୀମାନ କଣ୍ଠଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗର ଙ୍କୁ ତାଙ୍କ ଜନ୍ମମାଟି ଟିଟିଲାଗଡ ସହରରେ ରେ ଅଗଣିତ ପ୍ରଶଂସକ ଗହଣ ରେ ଅଶ୍ରୁଳ ବିଦାୟ ଦିଆଯାଇଛି।ମଙ୍ଗଳବାର ଅପରାହ୍ନ ରେ ହ୍ୟୁମାନ ଙ୍କ ମରଶରୀର ଟିଟିଲାଗଡ ସହରରେ ପହଞ୍ଚିଥିବା ବେଳେ ପୂର୍ବରୁ ସହର ଉପକଣ୍ଠ ରେ ଅପେକ୍ଷାରତ ଥିବା ତାଙ୍କ ଶତାଧିକ ପ୍ରଶଂସକ “ହ୍ୟୁମାନ ସାଗର ଅମର ରହେ” ନାରା ସହ ଏକ ବିଶାଳ ରେଲି ରେ ତାଙ୍କ ଦେଵନ୍ଧ ପଡ଼ା ସ୍ଥିତ ବାସଭବନ କୁ ଯାଇଥିଲେ।ହ୍ୟୁମାନ ଙ୍କ ବାସଭବନ ନିକଟରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା।ହ୍ୟୁମାନ ଙ୍କ ପ୍ରତି ପ୍ରଶଂସକ ଙ୍କ କେତେ ଭଲ ପାଇବା ରହିଛି ତାହା ଏହି ବିଶାଳ ଜନ ସମାଗମ ରୁ ସ୍ପଷ୍ଟ ବାରି ହେଉଥିଲା।ତାଙ୍କ ଶେଷ ଦର୍ଶନ ପାଇଁ ଟିଟିଲାଗଡ ସହରବାସୀ ଙ୍କ ସମେତ ବିଭିନ୍ନ ଅଞ୍ଚଳ ରୁ ବହୁ ଲୋକ ଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା।ଖ୍ରୀଷ୍ଟିଆନ ପରମ୍ପରା ଓ ଧର୍ମ ଅନୁଯାୟୀ ସ୍ଥାନୀୟ ସିଏନଆଇ ଚର୍ଚ୍ଚ ର ପାଷ୍ଟର ଆଚାର୍ଯ୍ୟ ଜ୍ୟୋତି ରଞ୍ଜନ ପାଇକ ହ୍ୟୁମାନ ଙ୍କ ବାସ ଭବନରେ ପହଞ୍ଚି ପ୍ରାର୍ଥନା କରିଥିଲେ।ପରେ ତାଙ୍କ ପାର୍ଥିବ ଶରୀର କୁ ଏକ ବିଶାଳ ଶୋଭାଯାତ୍ରା ରେ ସହର ପରିକ୍ରମା କରାଯାଇ ନେହେରୁନଗର ସ୍ଥିତ ଚର୍ଚ୍ଚ କୁ ନିଆଯାଇଥିଲା।ସେଠାରେ ଆୟୋଜିତ ପ୍ରାର୍ଥନା ସଭା ସମାପନ ପରେ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ କବରଖାନା ରେ ତାଙ୍କ ମରଶରୀର କୁ କବର ଦିଆଯାଇଥିଲା।ତାଙ୍କ ଶବାଧାର ରେ ଶତାଧିକ ପ୍ରଶଂସକ ସାମିଲ ହୋଇଥିଲେ।ପ୍ରକାଶ ଯୋଗ୍ୟ ଯେ ମାତ୍ର ୩୪ ବର୍ଷ ବୟସରେ ଆରପାରି କୁ ଚାଲିଯାଇଥିବା ହ୍ୟୁମାନ କମ ବୟସରୁ ଓଡ଼ିଆ ସଙ୍ଗୀତ ଜଗତ ରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।କିଛିଦିନ ପୂର୍ବରୁ ସେ ଲିଭର ଜନିତ ସମସ୍ୟା ସହ ଏକାଧିକ ରୋଗରେ ପୀଡ଼ିତ ହୋଇ ଗୁରୁତର ହୋଇପଡ଼ିଥିଲେ।ପ୍ରଥମେ ତାଙ୍କୁ କଟକ ର ଏକ ଘରୋଇ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିବା ବେଳେ ସ୍ବାସ୍ଥ୍ୟବସ୍ଥା ଅତ୍ୟଧିକ ଜଟିଳ ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍ସ କୁ ସ୍ଥାନାନ୍ତର କରାଯାଇଥିଲା।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ପରଲୋକ ଘଟିଥିଲା। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ ପାଇଥିବା ବେଳେ ଟିଟିଲାଗଡ ବିଧାୟକ ନବୀନ ଜୈନ,ପୌର ଅଧ୍ୟକ୍ଷା ମମତାଦେବୀ ଜୈନ, ସାଂସଦ ପ୍ରତିନିଧି ପ୍ରଶାନ୍ତ ଷଡ଼ଙ୍ଗୀ,ବିଜେଡି ଜିଲ୍ଲା ସଭାପତି ସରୋଜ ମେହେର, ବିଜେଡି ଯୁବନେତା ସିମ୍ରନ୍ ସିଂ ଭୋଇ,ସଇଁତଳା ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝୀ,ରାଜ୍ୟ ସରପଞ୍ଚ ସଂଘ କାର୍ଯ୍ୟକାରୀ ସଭାପତି ବୀରବର ସାହୁ,ପୂର୍ବତନ ଡିଏଭି କଲେଜ ଅଧ୍ୟକ୍ଷ ଡ଼.ଶିବ ପ୍ରସାଦ ବେହେରା,କଣ୍ଠ ଶିଳ୍ପୀ ପଙ୍କଜ ଜାଲ,ଚଳଚ୍ଚିତ୍ର ନିର୍ଦ୍ଦେଶକ ଯୁଗଳ ସାହୁ,କଂଗ୍ରେସ ନେତା ବିରେନ୍ଦ୍ର ବାଗ, ଗୁଜରାଟୀ ସମାଜ ଅଧ୍ୟକ୍ଷ ହରିଶ ରାୟଠାଥା ପ୍ରମୁଖ ଙ୍କ ସହ ବିଭିନ୍ନ ସାମାଜିକ ଅନୁଷ୍ଠାନ ର ପ୍ରତିନିଧି ତାଙ୍କ ଶେଷ ଦର୍ଶନ କରିଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles