ଅଫେରା ରାଇଜରେ ସ୍ୱର ସାଗର, ଜନ୍ମମାଟି ରେ ହ୍ୟୁମାନ ଙ୍କୁ ଶ୍ରଦ୍ଧାଞ୍ଜଳି

ଟିଟିଲାଗଡ,୨୩/୧୧(ଜେଏନ୍ଏସ), ଓଡ଼ିଆ ସଙ୍ଗୀତ ଜଗତ ର ପ୍ରସିଦ୍ଧ କଣ୍ଠଶିଳ୍ପୀ ସ୍ବର୍ଗତ ହ୍ୟୁମାନ ସାଗର ଙ୍କୁ ରବିବାର ତାଙ୍କ ଜନ୍ମ ମାଟି ଟିଟିଲାଗଡ ସହରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ସ୍ଥାନୀୟ ସି ଏନ ଆଇ ଚର୍ଚ୍ଚ ପକ୍ଷରୁ ଆୟୋଜିତ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ହ୍ୟୁମାନ ଙ୍କ ଶତାଧିକ ପ୍ରଶଂସକ ତଥା ସହରର ବିଭିନ୍ନ ବର୍ଗ ର ସଙ୍ଗୀତ ପ୍ରେମୀ ସାମିଲ ହୋଇଥିଲେ।ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ମହାରାଜା ସାଗର ନିକଟ ଆଇ ଲଭ ଟିଟିଲାଗଡ ପାର୍କ ଠାରେ ପହଞ୍ଚି ହ୍ୟୁମାନ ଙ୍କ ଫଟୋଚିତ୍ର ସମ୍ମୁଖରେ କ୍ୟାଣ୍ଡେଲ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ହ୍ୟୁମାନ ଙ୍କ ଅକାଳ ବିୟୋଗ ସମସ୍ତ କଳାପ୍ରେମୀ ଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ନିଜ ମାଟି ର ପୁଅ କୁ ହରାଇ ଟିଟିଲାଗଡ ସହରବାସୀ ଗଭୀର ଶୋକ ରେ ବୁଡି ରହିଥିବା ଦେଖିବାକୁ ମିଳିଛି। ହ୍ୟୁମାନ ଙ୍କ ମଧୁର ସ୍ୱର ସବୁଦିନ ପାଇଁ ନିରବି ଯାଇଥିଲେ ମଧ୍ୟ ଟିଟିଲାଗଡ ସହରର ପ୍ରତ୍ୟେକ ଦୋକାନ ବଜାର ତଥା ସାମାଜିକ ଗଣମାଧ୍ୟମରେ ତାଙ୍କ ପ୍ରଶଂସକ ମାନେ ସେ ଗାଇଥିବା ଗୀତ ବଜାଇ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଥିବା ଦେଖାଯାଇଛି।ଆୟୋଜିତ କ୍ୟାଣ୍ଡେଲ ଶୋଭାଯାତ୍ରା ରେ ପାଷ୍ଟର ଆଚାର୍ଯ୍ୟ ଜ୍ୟୋତି ରଞ୍ଜନ ପାଇକ,ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଂଯୋଜକ ନରସିଂ ସିଂ,ଆଲୋକ ଦାସ,ଜଙ୍କସନ୍ ବିହାରୀ,ବାପି ଡେବିଡ,ଜ୍ୟୋତି ହରପାଲ,ପ୍ରାଣ ରଞ୍ଜନ ସାଗର,ରୋହିଣୀ ସାହୁ,ସାମ୍ବାଦିକ ସୁଧିର ଦାସ,ମନୋଜ ଶତପଥୀ,ହ୍ୟୁମାନ ଙ୍କ ପରିବାର ସଦସ୍ୟ ପ୍ରମୁଖ ଙ୍କ ସହ ତାଙ୍କ ଶତାଧିକ ପ୍ରଶଂସକ ସାମିଲ ହୋଇଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles