ବେଆଇନ ଦାଦନ ଚାଲାଣ ଘଟଣା,କାଉନସିଲର ବିଧାୟକ ମୁହାଁମୁହିଁ ଥାନାରେ ମାମଲା ରୁଜୁ

ଟିଟିଲାଗଡ,୪/୧୨(ଜେଏନଏସ),ବଲାଙ୍ଗୀର ଜିଲ୍ଲା ରେ ଦାଦନ ଚାଲାଣ ଗ୍ରାଫ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ବେଳେ ଏହା ଉପରେ ଅଙ୍କୁଶ ଲଗାଇବା ରେ ସରକାର କୁ ବିଶେଷ ସଫଳତା ମିଳିପାରି ନ ଥିବା ଦେଖିବାକୁ ମିଳିଛି।ମାନବ ଚାଲାଣ ତଥା ଦାଦନ ସମସ୍ୟା ଆଧୁନିକ ସମାଜ କୁ କଳୁଷିତ କରିଛି।କଣ୍ଟାବାଞ୍ଜି ରେଳ ଷ୍ଟେସନ ରୁ ବୁଧବାର ବିଳମ୍ବିତ ରାତି ରେ ବେଆଇନ ଦାଦନ ଚାଲାଣ ହେଉଥିବା ଘଟଣାରେ ସ୍ଥାନୀୟ ବିଧାୟକ ଓ କାଉନସିଲର ମୁହାଁମୁହିଁ ହେଇଥିବା ଦେଖିବାକୁ ମିଳିଛି।ଘଟଣା କୁ ନେଇ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ନେଇ ଟିଟିଲାଗଡ ଜିଆରପି ଥାନା ରେ ଅଭିଯୋଗ କରିଛନ୍ତି।ଅଭିଯୋଗ ଅନୁଯାୟୀ ବୁଧବାର ରାତିରେ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ବାଗ ରେଳ ଷ୍ଟେସନ କୁ ଯାଇଥିବା ବେଳେ ହାଇଦ୍ରାବାଦ ଓ ବିଜୟୱାଡା ଅଭିମୁଖେ ୫୦ ରୁ ଉର୍ଦ୍ଧ ଶ୍ରମିକ ବେଆଇନ ଭାବରେ ଚାଲାଣ ହେଉଥିବା ଜାଣିବାକୁ ପାଇ ପୁଲିସ କୁ ସୂଚନା ଦେଇଥିଲେ।ଅପରପକ୍ଷରେ କଣ୍ଟାବାଞ୍ଜି ସହର ର ୱାର୍ଡ ନଂ ୧ ର କାଉନସିଲର ମହମ୍ମଦ ଇମ୍ରାନ ଖାନ୍ ତାଙ୍କ କିଛି ସାଙ୍ଗ ଙ୍କ ସହ ଆସି ଏହାକୁ ବିରୋଧ କରି ବିଧାୟକ ଶ୍ରୀ ବାଗ ଙ୍କ ସହ ପାଟିତୁଣ୍ଡ କରିବା ସହ ତାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି।ବିଧାୟକ ଙ୍କ ଏତଲାକୁ ଭିତ୍ତିକରି ଟିଟିଲାଗଡ ଜିଆରପି ଥାନାରେ ମହମ୍ମଦ ଇମ୍ରାନ ଖାନ ଓ ତାଙ୍କ ସହଯୋଗୀ ବଣ୍ଟି ବେହେରାଙ୍କ ନାମରେ କେସ ନଂ ୧୨୬/୨୫ ରୁଜୁ ହୋଇ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ବିନୟ କୁମାର ଭୋଇ ସୂଚନା ଦେଇଛନ୍ତି।ଅପରପକ୍ଷରେ ବିଧାୟକ ଙ୍କ ନାମରେ ମଧ୍ୟ ପାଲଟା ଅଭିଯୋଗ ହୋଇଥିବା ବେଳେ ଏଯାବତ୍ କୌଣସି ମାମଲା ରୁଜୁ ହୋଇ ନ ଥିବା ସୂଚନା ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

0FansLike
0FollowersFollow
0SubscribersSubscribe
- Advertisement -spot_img

Latest Articles